ଟି୨୦ ପାଇଁ ବଦଳିଗଲା ଟିମ୍ ଇଣ୍ଡିଆ, ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବେ ଏମାନେ
ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜକୁ ୨-୧ରେ ଜିତିବା ପରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଅକ୍ଟୋବର ୬ ତାରିଖରୁ ମ୍ୟାଚ୍ ଖେଳାଯିବ । ଏଥିପାଇଁ ସଂପୂର୍ଣ୍ଣ ଟିମ୍ ଇଣ୍ଡିଆ ପରିବର୍ତ୍ତନ ହୋଇଛି । ଅନେକ ଖେଳାଳି ଟିମରୁ ବାଦ୍ ପଡିଥିବା ବେଳେ ଆଉ କେତେକ ଖେଳାଳି ଟିମରେ ସାମିଲ ହୋଇଛନ୍ତି ।
ଟି୨୦ ସିରିଜ ପାଇଁ ଶ୍ରେୟସ ଆୟର ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ବ ନେବେ । ବୈଭବ ସୂର୍ଯ୍ୟବଂଶୀ ଟିମରେ ସାମିଲ ହୋଇଛନ୍ତି । ଅଭିଷେକ ଶର୍ମା ଏବଂ ସଂଜୁ ସାମସନ ଟିମ ପାଇଁ ଓପନିଂ କରିପାରନ୍ତି । ମଧ୍ୟକ୍ରମରେ ଈଶାନ କିଶନ, ତିଲକ ବର୍ମା, ଶିବମ ଦୁବେ ଏବଂ ଅକ୍ଷର ପଟେଲ ମଧ୍ୟ ରହିଛନ୍ତି । ସେହିପରି ବୋଲିଂରେ ୩ ବୋଲର ଅର୍ଶଦୀପ ସିଂହ, ମୟଙ୍କ ଯାଦବ ଏବଂ କୁଲଦୀପ ଯାଦବ ଖେଳୁଥିବାର ନଜର ଆସିବେ ।
ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୧୨ ଥର ଟି୨୦ ମ୍ୟାଚ ଖେଳସରିଛି । ଏଥିରେ ପ୍ରଥମେ ଖେଳି ୧୧ଟି ଟି୨୦ ମ୍ୟାଚ ଭାରତ ଜିତିଛି ।
ପ୍ରଥମ ଟି-ଟ୍ୱେଣ୍ଟି- ଅକ୍ଟୋବର ୬, ଲକ୍ଷ୍ନୌ, ଏକନା ଷ୍ଟାଡିୟମ
ଦ୍ୱିତୀୟ ଟି-ଟ୍ୱେଣ୍ଟି- ଅକ୍ଟୋବର ୯, ରାଞ୍ଚି, ଜେଏସସିଏ ଷ୍ଟାଡିୟମ
ତୃତୀୟ ଟି-ଟ୍ୱେଣ୍ଟି- ଅକ୍ଟୋବର ୧୧, ଇନ୍ଦୋର, ହୋଲକର ଷ୍ଟାଡିୟମ
ଚତୁର୍ଥ ଟି-ଟ୍ୱେଣ୍ଟି- ହାଇଦ୍ରାବାଦ, ରାଜୀବ ଗାନ୍ଧୀ ଷ୍ଟାଡିୟମ
ପଞ୍ଚମ ଟି-ଟ୍ୱେଣ୍ଟି- ଅକ୍ଟୋବର ୧୭, ବେଙ୍ଗାଲୁରୁ, ଏନ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ
ଟିମ୍ ଇଣ୍ଡିଆ ପ୍ଲେଇଂ ଏକାଦଶ : ଅଭିଷେକ ଶର୍ମା, ସଂଜୁ ସାମସନ, ଈଶାନ କିଶନ, ଶ୍ରେୟସ ଆୟର ( ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ମୟଙ୍ଗ ଯାଦବ ଏବଂ କୁଲଦୀପ ଯାଦବ ।
