ବଜ୍ରପାତରେ ଚାଷୀ ମୃତ

ଆନନ୍ଦପୁର: ବିଲରେ କାମ କରୁଥିବା ବେଳେ ଅଘଟଣ । ନନ୍ଦିପଦା ଥାନା ଡ଼ିମିରିଆ ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ହେଲେ ଗ୍ରାମର ଶ୍ରୀନିବାସ ରାଉଳଙ୍କ ପୁଅ ମିଥୁନ ରାଉଳ । ମିଥୁନ ଆଜି ଅପରାହ୍ନରେ  ବିଲକୁ ଟ୍ରାକ୍ଟର ନେଇ ହଳ କରାଇବା ପାଇଁ ଯାଇଥିବା ବେଳେ ବଜ୍ରପାତ ଘଟିଥିଲା । ଘଟଣା ସ୍ଥଳରେ ସେ ପଡିଯିବାପରେ ସାଙ୍ଗରେ ଥିବା କିଛିଗ୍ରାମ ବାସୀ ତାଙ୍କୁ ଉଦ୍ଧାର କରି ତୁରନ୍ତ ଶାଳନିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାକାର ଡାକ୍ତର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ରେଫର କରିଥିଲେ । ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *