ରଥଯାତ୍ରାରେ ନକଲି ପାସ୍ ବ୍ୟବହାର ବିରୋଧରେ ପୁରୀ ପୋଲିସର କାର୍ଯ୍ୟାନୁଷ୍ଠାନ

ପୁରୀ : ପୁରୀ ରଥଯାତ୍ରା ୨୦୨୬ ଅବସରରେ ବିଭିନ୍ନ ସେବା, ସୁରକ୍ଷା ଓ ପ୍ରଶାସନିକ କାର୍ଯ୍ୟ ସୁଚାରୁରୂପେ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକୃତ କର୍ମଚାରୀ, ସେବାୟତ, ବିଭିନ୍ନ ବିଭାଗର ଅଧିକାରୀ, ଏନଜିଓ ପ୍ରତିନିଧି ଏବଂ ଅନ୍ୟ ଅନୁମୋଦିତ ବ୍ୟକ୍ତିମାନଙ୍କୁ ପାସ୍ ପ୍ରଦାନ କରାଯାଇଛି। ଏହି ପାସ୍‌ଗୁଡ଼ିକର ଯାଞ୍ଚ ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରବେଶ ପଏଣ୍ଟରେ କଡ଼ା ଯାଞ୍ଚ ବ୍ୟବସ୍ଥା କରାଯାଇଛି।

ଯାଞ୍ଚ ସମୟରେ କିଛି ବ୍ୟକ୍ତି ନକଲି ପାସ୍ ବ୍ୟବହାର କରି ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେଗୁଡ଼ିକୁ ଜବତ କରାଯାଇଛି। ଏଭଳି ନକଲି ପାସ୍ ପ୍ରସ୍ତୁତ, ବ୍ୟବହାର କିମ୍ବା ଏହାର ଅପବ୍ୟବହାର ସହ ଜଡିତ ବ୍ୟକ୍ତିମାନଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ତଦନ୍ତ ଜାରି ରହିଛି। ପୁରୀ ପୋଲିସ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, କେବଳ ବୈଧ ଓ ଅଧିକୃତ ପାସ୍ ବ୍ୟବହାର କରନ୍ତୁ। ନକଲି ପାସ୍ ବ୍ୟବହାର କିମ୍ବା ଏହା ପ୍ରସ୍ତୁତ/ଯୋଗାଣରେ ସମ୍ପୃକ୍ତ ହେଲେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ।

Spread the love

Leave a Reply

Your email address will not be published. Required fields are marked *