ବାଲୁକା ଆନିମେସନରେ ନାନା ପାଟେକରଙ୍କୁ ଶ୍ରଦ୍ଧାଞ୍ଜଳି, ବାଲୁକାଶିଳ୍ପୀ ମାନସ ସାହୁଙ୍କ କଳାକୃତି

ପୁରୀ : ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁଙ୍କ ବାଲୁକା ଆନିମେସନରେ ନାନା ପାଟେକରଙ୍କୁ ଶ୍ରଦ୍ଧାଞ୍ଜଳି ।  ଭାରତୀୟ ସିନେମାର ମହାନ ଅଭିନେତା ନାନା ପାଟେକରଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି ।  ପୁରୀସ୍ଥିତ ନିଜ ଷ୍ଟୁଡିଓରେ ମାନସ ସାହୁ ଏହି ସ୍ୱତନ୍ତ୍ର କଳାକୃତିକୁ ପ୍ରାୟ ୨ ଘଣ୍ଟା ସମୟ ନେଇ ପ୍ରସ୍ତୁତ କରିଛନ୍ତି ।

ବାଲିର ମାଧ୍ୟମରେ ସେ ନାନା ପାଟେକରଙ୍କ ବ୍ୟକ୍ତିତ୍ୱ ଓ ଚରିତ୍ରକୁ ଜୀବନ୍ତ ରୂପ ଦେଇ ତାଙ୍କର ଅସାଧାରଣ ଅଭିନୟ ପ୍ରତିଭା, ଶକ୍ତିଶାଳୀ ପ୍ରଦର୍ଶନ ଏବଂ ଭାରତୀୟ ସିନେମା ପ୍ରତି ତାଙ୍କର ଅବଦାନକୁ ସମ୍ମାନ ଜଣାଇଛନ୍ତି ।  ମାନସ କୁମାର ସାହୁ କହିଛନ୍ତି ଯେ, ନାନା ପାଟେକରଙ୍କ ଅଭିନୟରେ ଥିବା ଗଭୀରତା, ସ୍ୱତନ୍ତ୍ର ଶୈଳୀ ଏବଂ ଦର୍ଶକଙ୍କ ସହ ତାଙ୍କର ଭାବନାତ୍ମକ ସମ୍ପର୍କ ତାଙ୍କୁ ସର୍ବଦା ପ୍ରେରଣା ଦେଇଆସିଛି ।

ଏହି ବାଲୁକା ଆନିମେସନ୍ ମାଧ୍ୟମରେ ସେ ମହାନ ଅଭିନେତାଙ୍କ ପ୍ରତି ନିଜର ସମ୍ମାନ ଓ ଶୁଭେଚ୍ଛା ପ୍ରକାଶ କରିଛନ୍ତି । ‘A Tribute to the Legend — Nana Patekar’ ବାଲିରେ ଜଣେ ମହାନ କଳାକାରଙ୍କୁ ଏହା ଏକ ସୃଜନଶୀଳ ଶ୍ରଦ୍ଧାଞ୍ଜଳି ।  ଏହି କଳାକୃତି ମାଧ୍ୟମରେ ମାନସ ସାହୁ ପୁଣିଥରେ ପ୍ରମାଣ କରିଛନ୍ତି ଯେ ବାଲି କେବଳ ଏକ କଳା ମାଧ୍ୟମ ନୁହେଁ, ଏହା ଭାବନା, ସ୍ମୃତି ଓ ସମ୍ମାନକୁ ପ୍ରକାଶ କରିବାର ଏକ ଶକ୍ତିଶାଳୀ ମାଧ୍ୟମ ।

Spread the love

Leave a Reply

Your email address will not be published. Required fields are marked *