ବାହାଘର ଦିନ କନ୍ୟାଙ୍କ ଦୁର୍ଘଟଣା , ICU ରେ କନ୍ୟାଙ୍କ ସିନ୍ଥିରେ ସିନ୍ଦୁର ଭରିଲେ ବର

ବାହାଘର ଦିନ  କନ୍ୟାଙ୍କ ସଡକ ଦୁର୍ଘଟଣା  । UP ଗୋରଖପୁର ରେ ଏକ ଭିନ୍ନ ଧରଣର ବିବାହ ଘଟଣା ସମ୍ନାକୁ ଆସିଛି । ଯେଉଁଥିରେ ICUରେ ଅଚେତ କନ୍ୟାଙ୍କୁ ବିବାହ କରିଛନ୍ତି ବର । ଏଠାରେ  ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ  ବିବାହ ହୋଇଛି । ଏହି ସମୟରେ କନ୍ୟା ହସ୍ପିଟାଲର ପୋଷାକ ପିନ୍ଧିଥିବା ନଜରକୁ ଆସିଛନ୍ତି । ଏହି ଅନନ୍ୟ ବିବାହ କାର୍ଯ୍ୟରେ ଡ଼ାକ୍ତର ଏବଂ ନର୍ସ ମଧ୍ୟ ସାକ୍ଷୀ ଭାବରେ ଉପସ୍ଥିତ ଅଛନ୍ତି । ପରେ ବର ଓ କନ୍ୟା  ଉଭୟ ଗାଁକୁ ଯାଇ ବିବାହର ଅନ୍ୟ ରୀତିନୀତି ସମ୍ପୂର୍ଣ୍ଣ କରିଛନ୍ତି ।

ଖବର ଅନୁସାରେ ଗୋରଖପୁର ର ହଟବର ଗାଁର ନିବାସି ପୂଜା ୟାଦବଙ୍କ ବିବାହ ମହାଦେବା ନିବାସୀ ସନ୍ନୀ ୟାଦବଙ୍କ ସହିତ ବିବାହ ଲଗ୍ନ  ସ୍ଥିର ହୋଇଥିଲା । ଶୁଭ ଲଗ୍ନ ଅନୁସାରେ ୧୩ ମେ ୨୦୨୬ ରେ ବିବାହ କାର୍ଯ୍ୟ ସ୍ଥିର ହୋଇଥିଲା । ଏହି ଦିନ କନ୍ୟାଙ୍କ LLB ପରୀକ୍ଷାର ଶେଷ ସେମିଷ୍ଟାର ଥିଲା । ସକାଳେ ସେ ତାଙ୍କ ଭାଇଙ୍କ ସହ ଖଲିଲାବାଦ ଠାରେ ଥିବା କଲେଜକୁ ପରୀକ୍ଷା ଦେବାକୁ ଯାଇଥିଲେ । ସେପଟେ ଘରେ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଥାଏ  । ପରୀକ୍ଷା ସରିବା ପରେ ଉଭୟ ଦିନ ୧୨ ଟା ସମୟରେ ବାଇକରେ ଘରକୁ ଫେରୁଥିଲେ । ସେହି ସମୟରେ ଅଚାନକ ଘଟଣା ଘଟିଥିଲା  । ହଠାତ ପୂଜାଙ୍କ ମୁଣ୍ଡ ବୁଲାଇଥିବାରୁ ସେ ରାସ୍ତାରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି  । ସେଠାରେ ତାଙ୍କ ଭାଇ ଘରକୁ ଖବର ଦେଇ ଭଉଣୀଙ୍କୁ ହସ୍ପିଟାଲକୁ ନେଇ ଯାଇଛନ୍ତି  ।

ଗୋରଖପୁର ର ଦାଉଦପୁର ସ୍ଥିତ ଆର୍ଯ୍ୟନ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁ ତୁରନ୍ତ  ICU ରେ ଭର୍ତ୍ତି କରାଯାଇଛି । ଏହା ଶୁଣି ହସ୍ପିଟାଲରେ ପରିବାର ଲୋକଙ୍କ ଭିଡ ଲାଗି ରହିଛି ।ସେପଟେ ସନ୍ଧ୍ୟାରେ ବର ବାରତ ଧରି କନ୍ୟା ଘର ପାଖରେ ପହଞ୍ଚିଛି । ସେଠାରେ କେତେକ  ରୀତିନୀତି ସାରିବା ପରେ ବର ପଣ୍ଡିତଙ୍କ ସହ ହସ୍ପିଟାଲରେ ପହଞ୍ଚିଛନ୍ତି । ଏଠାରେ ସେ ICU ରେ କନ୍ୟାଙ୍କ ମଥାରେ ସିନ୍ଦୁର ଦେଇଛନ୍ତି । ପରେ ଗାଁକୁ ଫେରି ବିବାହର ଅନ୍ୟ ନୀତି ଗୁଡିକ ସମ୍ପୂର୍ଣ୍ଣ କରିଛନ୍ତି ।କନ୍ୟାଙ୍କ ଭାଇ କହିବା ଅନୁସାରେ ପୂଜା LLB ପରୀକ୍ଷା ଦେବାକୁ ଯାଇଥିଲେ । ସେଠାରେ ଘରକୁ ଫେରିବା ସମୟରେ ଏଭଳି ଅଘଟଣ ଘଟିଥିଲା । ବରଙ୍କ ଏଭଳି ନିଷ୍ପତିକୁ ସବୁ ମୋହଲରୁ ପ୍ରଶଂସା ମିଳିଛି ।  ICU ରେ ବିବାହ କରିବା ଏକ ବିରଳ ଘଟଣା ଏବେ ସମ୍ନାକୁ ଆସିଛି  ।

Spread the love

Leave a Reply

Your email address will not be published. Required fields are marked *