ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟିଲା କାର, ଝିଅ ମୃତ, ବାପାମାଆ ଗୁରୁତର

ଯାଜପୁର : ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟିଲା କାର ।  ଝିଅ ମୃତ, ବାପାମାଆ ଗୁରୁତର ।  ୧୬ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ଖଣ୍ଡିତର ବ୍ରିଜ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଭୁବନେଶ୍ୱର ଅଞ୍ଚଳର ଦୀନଦୟାଲ ମୁଖାର୍ଜୀ ନିଜ ପତ୍ନୀ ସମ୍ପା ମୁଖାର୍ଜୀ ଓ ଝିଅ ଶ୍ରେଷ୍ଠା ମୁଖାର୍ଜୀଙ୍କୁ ସାଙ୍ଗରେ ନେଇ କାରରେ ଘସିପୁରା ଯାଉଥିଲେ ।  ତେବେ କୁଆଖିଆ ଥାନା ଅଧୀନ ଖଣ୍ଡିତର ବ୍ରିଜ ନିକଟରେ ଭାରସାମ୍ୟ ହରାଇ କାରଟି ପ୍ରଥମେ ଡିଭାଇଡରକୁ ଧକ୍କା ଦେଇ ବ୍ରିଜ ତଳକୁ ଓଲଟି ପାଣିରେ ପଡ଼ିଥିଲା ।  ଏନେଇ ସ୍ଥାନୀୟ ଲୋକେ କୁଆଖିଆ ଥାନା ପୋଲିସକୁ ଖବର ଦେଇଥିଲେ ।  ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ପାଣିରୁ ଉଦ୍ଧାର କରିଥିଲେ ।  ଏହି ଦୁର୍ଘଟଣାରେ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପାମାଆ ଗୁରୁତର ଆହତ ହୋଇ କଟକକୁ ସ୍ଥାନାନ୍ତର ହୋଇଛନ୍ତି।  କୁଆଖିଆ ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି ।  ଏଥିସହ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *