ରାଜ୍ୟପାଳଙ୍କୁ ଭେଟିଲେ ମର୍ଚ୍ଚାଣ୍ଟ ନାଭି ସାର୍ଥକଙ୍କ ମାଆ; ପୁଅ ନିଖୋଜ ଘଟଣାର ଦାବି କଲେ ସିବିଆଇ ତଦନ୍ତ

ରାଜ୍ୟପାଳଙ୍କୁ ଭେଟିଲେ ମର୍ଚ୍ଚାଣ୍ଟ ନେଭି ସାର୍ଥକ ମହାପାତ୍ରଙ୍କ ମାଆ ରଶ୍ମିତା ସାହୁ ମହାପାତ୍ର । ପୁଅ ନିଖୋଜ ଘଟଣାର ସେ ସିବିଆଇ ତଦନ୍ତ ଦାବି କରିଛନ୍ତି । ସିଙ୍ଗାପୁର ଯାଉଥିବା ବେଳେ ମଝି ସମୁଦ୍ରରେ ସାର୍ଥକ ନିଖୋଜ ହୋଇଯାଇଛନ୍ତି । ଘଟଣାକୁ ଅନେକ ଦିନ ବିତିଥିବା ବେଳେ ତାଙ୍କର କୌଣସି ସନ୍ଧାନ ମିଳିନାହିଁ । ସିସିଟିଭି ଭିଡିଓ ଓ ଫୋନ୍ ଟ୍ରେସିଂ ପାଇଁ ତାଙ୍କ ମାଆ ନିବେଦନ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ।ପୁଅକୁ ନ୍ୟାୟ ପାଇଁ ମାଆ ରଶ୍ମିତା ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । ସେ ତଦନ୍ତ ପାଇଁ ସିଙ୍ଗାପୁର ଯାଇଥିଲେ ମଧ୍ୟ କମ୍ପାନୀ ପକ୍ଷରୁ କୌଣସି ସହାୟତା କରାଯାଇନାହିଁ । ପୁଅ ନିଖୋଜ ପଛରେ ସତ ପଦାକୁ ନଆସିବା ପର୍ଯ୍ୟନ୍ତ ସେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି । ତେବେ ରାଜ୍ୟପାଳ ଆଶ୍ୱସନା ଦେଇଛନ୍ତି ଏହି ଦାବିକୁ ନେଇ ସେ ଗୃହମନ୍ତ୍ରାଳୟକୁ ଜଣାଇବେ । ଗତ ଫେବୃଆରୀରେ ୨୨ ବର୍ଷୀୟ ସାର୍ଥକ ମହାପାତ୍ର ସିଙ୍ଗାପୁର ଯାଉଥିବା ବେଳେ ଜାହାଜରୁ କେଉଁ ଆଡ଼େ ନିଖୋଜ ହୋଇଯାଇଛନ୍ତି ।

Spread the love