ରୁଟି ଖାଇ ୬ ଜଣ ଗୁରୁତର ଅସୁସ୍ଥ
ଗଜପତି : ରୁଟି ଖାଇ ୬ ଜଣ ଗୁରୁତର ଅସୁସ୍ଥ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଖାରଡ଼ା ଗାଁରେ ଅଭାବନୀୟ ଘଟଣା । ଅଟାରେ ରୁଟି ତିଆରି କରି ଖାଇବା ପରେ ଗୋଟିଏ ପରିବାରର ୬ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ସାତମାଇଲର ଏକ ଦୋକାନରୁ ଅଟା କିଣି ଆଣି ଘରେ ରୁଟି ତିଆରି କରି ଖାଇଥିଲେ ପରିବାର ସମସ୍ତ ସଦସ୍ୟ । ଏହା ପରେ ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିଲେ ।
ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଟାରେ ରୁଟି ତିଆରି କରି ଖାଇବା ପରେ ହିଁ ଏମାନେ ଅସୁସ୍ଥ ହୋଇ ପଡ଼ିଥିବାରୁ ଖାଦ୍ୟ ବିଷକ୍ରିୟା ସନ୍ଦେହ କରାଯାଉଛି । ଘଟଣାର ପ୍ରକୃତ କାରଣ ଯାଞ୍ଚ ପରେ ସ୍ପଷ୍ଟ ହେବ । ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଚାଲିଥିବା କହିଛନ୍ତି ମେଡିକାଲ ଅଫିସର ।
