ସିନ୍ଦୁର ପିନ୍ଧାଇ ବିବାହର ନାଟକ, ଅଭିଯୋଗ ପରେ ଯୁବକ ଗିରଫ
ଭୁବନେଶ୍ବର: ମଥାରେ ସିନ୍ଦୁର ଦେଇ ମନ୍ଦିରରେ ମିଛ ବିବାହ। ଯୁବକ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିଲେ ପୀଡିତା । ଅଭିଯୋଗ ପରେ ଲମ୍ପଟ ଯୁବକଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଆକାଶ କହଁର। ଘର ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ରତନପୁର। ସୂଚନା ମୁତାବକ ପୀଡିତାଙ୍କ ବିବାହ ବିଚ୍ଛେଦ ହେବା ପରେ ୨୦୨୧ ମସିହାରେ ସୋସିଆଲ ମିଡିଆରେ ଦୁହିଁଙ୍କ ଭିତରେ ପରିଚୟ ହୋଇଥିଲା । ଅଭିଯୁକ୍ତ ଜଣଙ୍କ ପରିଚୟ ବଢିବା ପରେ ପୁରୀ ନେଇ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା ।
ଏ ନେଇ ଥାନାରେ ଅଭିଯୋଗ କରିବାକୁ ଯିବାରୁ ମନ୍ଦିରରେ ମଥାରେ ସିନ୍ଦୁର ଦେଇବିବାହ କରିଥିଲା ଅଭିଯୁକ୍ତ। ପରେ କିନ୍ତୁ ଆଉ ଧରାଛୁଆଁ ଦେଇନଥିଲା । ଏନେଇ ବୌଦ୍ଧରେ ଜିରୋ FIR ହେବା ପରେ ଅଭିଯୁକ୍ତକୁ ବୌଦ୍ଧରୁ ଗିରଫ କରିଛି ଭରତପୁର ଥାନା ପୋଲିସ । ମାମଲାରେ ଅଭିଯୋଗର ସତ୍ୟତା ଏବଂ ଅନ୍ୟାନ୍ୟ ଦିଗ ନେଇ ପୋଲିସର ତଦନ୍ତ ଜାରି ରହିଛି।
