ଓଡ଼ିଶା ସିଭିଲ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷାରେ ବ୍ଲୁ ଟୁଥ, ଚାରି ଜଣ ଗିରଫ

କଟକ : ପରୀକ୍ଷା ହଲରେ ବ୍ଲୁ ଟୁଥ ।  ଅନୈତିକ ଉପାୟରେ କପି କରିବା ଉଦ୍ୟମ କରି ଗିରଫ ହେଲେ ପରୀକ୍ଷାର୍ଥୀ ।  ତାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ଅନ୍ୟ ତିନି ଛାତ୍ର ମଧ୍ୟ ଗିରଫ ।  ମୋଟ ଚାରି ଜଣଙ୍କୁ ଗିରଫ କଲା କଟକ ମର୍କତନଗର ଥାନା ପୋଲିସ ।  ପରୀକ୍ଷାର୍ଥୀଙ୍କୁ ଫୋନ ଯୋଗେ ସହଯୋଗ କରୁଥିଲେ ଅନ୍ୟ ଛାତ୍ର । ସି ଡି ଏ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଓଡ଼ିଶା ସିଭିଲ ସର୍ଭିସେସ୍  ପ୍ରିଲିମିନାରୀ ପରୀକ୍ଷା ୨୦୨୫ ଅନୁଷ୍ଟିତ ହେଉ ଥିବା ବେଳେ, ସେଣ୍ଟର ସୁପରଭାଇଯରଙ୍କ ସୂଚନା ଆଧାରରେ ଗିରଫ କଲା ପୋଲିସ ।  ଅଭିଯୁକ୍ତ ପରୀକ୍ଷାର୍ଥୀ ଅଭିଷେକ ରାଉତ ଗିରଫ ।  ତାଙ୍କଠାରୁ ବ୍ଲୁ ଟୁଥ ଇୟରବଡ ଓ ମୋବାଇଲ ଫୋନ୍ ଜବତ୍ କଲା ପୋଲିସ।  ଅନ୍ୟ ସହଯୋଗୀଙ୍କ ମୋବାଇଲ ଫୋନ ମଧ୍ୟ ଜବତ୍ କରିଛି ପୋଲିସ ।

Spread the love

Leave a Reply

Your email address will not be published. Required fields are marked *