ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସୁନା ଚେନ୍ ଲୁଟ, ଅଭିଯୁକ୍ତକୁ ଗିରଫ ପରେ ଚେନ୍‌ ଉଦ୍ଧାର

ପୁରୀ : ଆଜି ସକାଳ ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଜଣେ ବ୍ୟକ୍ତି ଜଣେ ଭକ୍ତଙ୍କ ଠାରୁ ସୁନା ଚେନ୍ ଚୋରି କରି ନେଇଥିଲେ ।  ଏହା ଜାଣିପାରି ସମ୍ପୃକ୍ତ ଭକ୍ତ ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ।  ସୂଚନା ପାଇବା ମାତ୍ରେ ପୁରୀ ପୋଲିସର ସାଧା ପୋଷାକଧାରୀ Anti-Snatching Team ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ କାବୁ କରିଥିଲେ ।  ତଲାସି ସମୟରେ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୩୫ ଗ୍ରାମ ଓଜନର ଚୋରି ହୋଇଥିବା ସୁନା ଚେନ୍ ଉଦ୍ଧାର କରାଯାଇଥିଲା  ।  ଏହି ସମ୍ପର୍କରେ ସିଂହଦ୍ୱାର ଥାନା କେସ୍ ନଂ-139/26, ଧାରା 309(6) BNS ରୁଜୁ କରାଯାଇଛି  ।   ଅଭିଯୁକ୍ତ ଦୀପକ ଯାଦବଙ୍କୁ ଗିରଫ କରାଯାଇଛି  ।  ଉଦ୍ଧାର ହୋଇଥିବା ସୁନା ଚେନ୍‌କୁ ଆଇନାନୁସାରେ ଜିମାନାମା କାର୍ଯ୍ୟ ସମ୍ପାଦନ କରି ଅଭିଯୋଗକାରୀଙ୍କ ଜିମାରେ ପ୍ରଦାନ କରାଯାଇଛି  ।

Spread the love

Leave a Reply

Your email address will not be published. Required fields are marked *