ମହାନଦୀ ଘାଟରୁ ଘଡ଼ିଆଳ କୁମ୍ଭୀର ଉଦ୍ଧାର

ନରସିଂହପୁର: କଟକ ନରସିଂହପୁର ବ୍ଲକ ଘୋରାଡ଼ିଆ ମହାନଦୀ ଘାଟରୁ ଘଡ଼ିଆଳ ଉଦ୍ଧାର । କୁମ୍ଭୀରକୁ ଉଦ୍ଧାର କଲା ବନବିଭାଗ । ଗାଁର କିଛି ଲୋକ ମହାନଦୀକୁ ଗାଧୋଇବାକୁ ଯାଇଥିବାବେଳେ କୁମ୍ଭୀରକୁ ଦେଖିଥିଲେ । ପରେ ବନବିଭାଗ କର୍ମଚାରୀ ପହଂଚି କୁମ୍ଭୀରକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ କୁମ୍ଭୀରଟିକୁ ମହାନଦୀର ଗଭୀର ପାଣିରେ ଛାଡ଼ିଛି ବନବିଭାଗ ।

ସେହିପରି ଗତକିଛି ଦିନ ତଳେ କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ । ବନବିଭଗ ପକ୍ଷରୁ ନିର୍ମାଣ ବ୍ରାହ୍ମଣୀ ନଦୀରେ ହୋଇଥିବା ଗାଧୁଆ ତୁଠରେ କ୍ଷମାନିଧି ଗାଧୋଉଥିବା ବେଳେ ୨୫ ଫୁଟ ଲମ୍ବର କୁମ୍ଭୀର ଆକ୍ରମଣ କରିଥିଲା । ସାହସର ସହ ଲଢିଥିଲେ କ୍ଷମାନିଧି । ତାଙ୍କୁ ସହଯୋଗ କରିଥିଲେ ନିକଟରେ ଗାଧୋଉଥିବା ଲୋକମାନେ । ସେମାନେ ବାଉଁଶ ଆଣି କୁମ୍ଭୀରକୁ ବାଡେଇବାରୁ ଛାଡି ପଳାଇଥିଲା । ତେବେ କୁମ୍ଭୀର ଆକ୍ରମଣରେ ଆହତ କ୍ଷମାନିଧିଙ୍କୁ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଦୁଇ ଗୋଡ଼ରେ ପ୍ରାୟ ୫୦ଟି କ୍ଷତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *