୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଶିକ୍ଷା ଅଭିଯାନ ପ୍ରୋଗ୍ରାମର

ଜଗତସିଂହପୁର/ କଟକ : ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର ପ୍ରୋଗ୍ରାମର କୁ ମାଡି ବସିଲା ଭିଜିଲାନ୍ସ । ସୂଚନା ମୁତାବକ, ଆଜି ଜଗତସିଂହପୁର ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର ପ୍ରୋଗ୍ରାମର ଚନ୍ଦ୍ରକାନ୍ତ ପରିଜା ଏକ ବିଲ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଜଗତସିଂହପୁର ଓ କଟକ ଭିଜିଲାନ୍ସ ଟିମ, ତେବେ ଅଭିଯୁକ୍ତ ଜଣକ ହେଲେ ପ୍ରୋଗ୍ରାମ ଅଫିସର ଚନ୍ଦ୍ରକାନ୍ତ ପରିଜା ।

ତେବେ ବିଭିନ୍ନ ସ୍କୁଲରେ ପ୍ୟାନେଲ ବୋର୍ଡ ଇନଷ୍ଟଲେସନ ବିଲ କରାଇ ଦେବାପାଇଁ ନେଉଥିଲେ ଲାଞ୍ଚ । ଏବେ ତାଙ୍କ ଅଫିସ ଓ ଘର ଗାଲୁପଡା ଠାରେ ଭିଜିଲାନ୍ସ ରେଡ କରୁଚି ।   ଚନ୍ଦ୍ରଜିତ ପରିଜାଙ୍କ ଘରେ ଚଢ଼ାଉ ବେଳେ ନଗଦ ୩ ଲକ୍ଷ ୨୧ ହଜାର ଟଙ୍କା ଜବତ ହୋଇଛି। ଡିଜିଟାଲ୍ ବ୍ଲାକ୍‌ବୋର୍ଡ ସ୍ଥାପନ ବାବଦରେ ବକେୟା ବିଲ୍ ପାସ୍ କରାଇଦେବା ପାଇଁ ଜଣେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଚନ୍ଦ୍ରଜିତଙ୍କୁ ଭିଜିଲାନ୍ସ ଧରିଥିଲା। ଏହାପରେ ତାଙ୍କ ସହ ସମ୍ପୃକ୍ତ ଏକ ସ୍ଥାନରେ ଚଢ଼ାଉ କରାଯାଇ ନଗଦ ଟଙ୍କା ଜବତ କରାଯାଇଛି। ଏବେ ମଧ୍ୟ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। ତଦନ୍ତ ପରେ ଆହୁରି ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *