KIIT ଓ KISS ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆଇଏଆର ବିଶ୍ୱବିଦ୍ୟାଳୟ ପକ୍ଷରୁ ୭୬ତମ ସମ୍ମାନସୂଚକ ଡକ୍ଟରେଟ୍‌

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗୁଜରାଟ ଗାନ୍ଧୀନଗରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ରିସର୍ଚ୍ଚ (ଆଇଏଆର୍‍) ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଶିକ୍ଷା, ସମାଜସେବା, କ୍ରୀଡ଼ାର ପ୍ରୋତ୍ସାହନ ସମେତ ନେତୃତ୍ୱ ଆଦି ବିଭିନ୍ନ କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ ଅସାଧାରଣ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୭୬ତମ ସମ୍ମାନସୂଚକ ଡକ୍ଟରେଟ୍ । ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବ ଅବସରରେ ଆଜି ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ନିର୍ଦ୍ଦେଶକ ବ୍ରିଗେଡିୟର ପି. ସି. ବ୍ୟାସ, ଗୁଜରାଟ ସରକାରଙ୍କ ଶକ୍ତି ଏବଂ ପେଟ୍ରୋକେମିକାଲ୍ସ, ପଞ୍ଚାୟତ ଓ ଗ୍ରାମୀଣ ଗୃହନିର୍ମାଣ, ବିଧାନସଭା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଋଷିକେଶ ପଟେଲଙ୍କ ସମେତ ଗୁଜରାଟର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ଅଧ୍ୟାପକ ଅଧ୍ୟାପିକ, ଶିକ୍ଷାବିତ୍‍, ଗବେଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ଗୁଜରାଟର ଅନ୍ୟତମ ଖ୍ୟାତି ସମ୍ପନ୍ନ ରାଜ୍ୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଇଏଆର୍‍ ବିଶ୍ୱବିଦ୍ୟାଳୟ ଅନ୍ୟତମ । ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ୨୦୦୩ରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏହି ସମ୍ମାନ ପାଇଁ ଶ୍ରୀ ସାମନ୍ତ ଆଇଏଆର୍‍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉପକୁଳପତି, ଆକାଡେମିକ କାଉନସିଲ୍‍ କୁ ନିଜର କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *