ଜମି ମାଫିଆଙ୍କ ଟାର୍ଗେଟରେ ସରକାରୀ ଅଧିକାରୀ, ଦୁର୍ବୃତ୍ତଙ୍କ ମାଡ଼ରେ RI ଆହତ

ରାଉରକେଲା : ଜମି ମାଫିଆଙ୍କ ଟାର୍ଗେଟରେ ସରକାରୀ ଅଧିକାରୀ  !  ଆରଆଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ ।  ଦୁର୍ବୃତ୍ତଙ୍କ ମାଡ଼ରେ RI ଆହତ।  ଆକ୍ରମଣର ଶିକାର ହେଲେ ସରକାରୀ ଅଧିକାରୀ । ବେଆଇନ ଜମି କାରବାରରେ ସାମିଲ ନହେବାରୁ ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି ।

ରାଉରକେଲା ନିକଟ ଝିରପାଣିର ମିଟ୍ କୁନ୍ଦ୍ରୀ ଜାମସେରା ଘାଟ ନିକଟରେ ଅଭାବନୀୟ ଘଟଣା । ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଖୁଣ୍ଟଗାଁରେ କାର୍ଯ୍ୟରତ ଆରଆଇ ଶ୍ରୀକାନ୍ତ ପାତ୍ର। ଘଟଣାକୁ ନେଇ ସରକାରୀ ଅଧିକାରୀଙ୍କ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ। ଖୁଣ୍ଟଗାଁରେ ସରକାରୀ କାର୍ଯ୍ୟ ସାରି ନିଜ ମୋଟରସାଇକେଲରେ ଉଦିତନଗରସ୍ଥିତ ଘରକୁ ଫେରୁଥିଲେ ଶ୍ରୀକାନ୍ତ ପାତ୍ର।

ହେଲେ ଝିରପାଣି ନିକଟ ମିଟ୍ କୁନ୍ଦ୍ରୀ ଜାମସେରା ଘାଟ ପାଖରେ ତାଙ୍କୁ ୨ ଜଣ ଦୁର୍ବୃତ୍ତ ପିଛା କରି ଅଟକାଇବା ସହ ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି  ।   ତାଙ୍କୁ ପ୍ରଥମେ ରାଉରକେଲା ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।  ବେଆଇନ ଜମି କାରବାରରେ ସହଯୋଗ କରିବାକୁ ସେ ରାଜି ନହେବା ଏବଂ ସରକାରୀ ନିୟମ ଅନୁସାରେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *