କଟକ “ଅଶ୍ୱିନୀ” ହେବ କୋଭିଡ୍ 19 ହସ୍ପିଟାଲ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରିଷ୍ଣନ୍ ଆଜି କଟକରେ ଥିବା ଅଶ୍ୱିନୀ ଡାକ୍ତରଖାନା ପରିଦର୍ଶନ କରି COVID-19 ରୋଗୀଙ୍କ ଚିକିତ୍ସା ସୁବିଧା ବିଷୟରେ ସମୀକ୍ଷା କରିଛନ୍ତି।

ବାଲକ୍ରିଷ୍ଣନ୍ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର ଏବଂ କଟକ କଲେକ୍ଟର ଭବାନୀ ଶଙ୍କର ଚୟନୀ କଟକସ୍ଥିତ ସିଡିଏ ଅଞ୍ଚଳର ଏହି ଘରୋଇ ଡାକ୍ତରଖାନା ପରିଦର୍ଶନ କରିଥିଲେ।

ବରିଷ୍ଠ ଅଧିକାରୀମାନେ ଡାକ୍ତରଖାନାର ବିଭିନ୍ନ ସୁବିଧା ସମୀକ୍ଷା କରିଥିଲେ ଯାହା ଖୁବଶୀଘ୍ର COVID-19 ଡାକ୍ତରଖାନାରେ ପରିଣତ ହେବ ବୋଲି ଜଣାପଡ଼ିଛି।

ରାଜ୍ୟରେ ଅଧିକରୁ ଅଧିକ କୋଭିଡ୍ ହସ୍ପିଟାଲ୍ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମଶଃ ବାସ୍ତବ ରୂପ ନେଉଛି । ଭୁବନେଶ୍ୱରର କିମସ୍ ଏବଂ ସମ୍ ରେ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ସ୍ଥାପନ ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେଉଥିବା ବେଳେ ଏବେ ସେଥିରେ କଟକର ଅଶ୍ୱିନୀ ହସ୍ପିଟାଲ୍ ଯୋଡି ହୋଇଛି । ଏହି ହସ୍ପିଟାଲ୍ କୁ ଖୁବ୍ ଶୀଘ୍ର କୋଭିଡ୍ ହସ୍ପିଟାଲ୍ ରେ ପରିଣତ କରିବା କାର୍ଯ୍ୟ ଆରମ୍ଭ ହୋଇଛି ।

Spread the love