କରୋନା ସ୍ଥିତି ଅନୁଧ୍ୟାନ ପାଇଁ କୋଭିଡ 19 ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପୁରୀ ଗ୍ରସ୍ତ

 ପୁରୀ, ୩୦/୦୩: ହୃଦୟସ୍ପର୍ଶୀ ବକ୍ତବ୍ୟ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଗତକାଲି ପୁରୀ ଗ୍ରସ୍ତ କରିଥିଲେ । ଶ୍ରୀ ବାଗଚୀ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଏସପି ଉମାଶଙ୍କର ଦାଶଙ୍କ ସହିତ କରୋନା ମୁକାବିଲା ସଂପର୍କରେ ଆଲୋଚନା ସହ ଶ୍ରୀମନ୍ଦିର ଚାରିପଟ ଓ ବଡ଼ଦାଣ୍ଡରେ କିଛି ସମୟ ବୁଲି କରୋନା ସଚେତନତା ଅନୁଧ୍ୟାନ କରିଥିଲେ ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୪ଟା ସମୟରେ ଶ୍ରୀ ବାଗଚୀ ପୁରୀ ଗ୍ରସ୍ତ କରି ସେଠାରେ ଏକ ଘଣ୍ଟା ବୁଲି କରୋନା ମୁକାବିଲା ପାଇଁ ପୁରୀରେ କ’ଣ ସବୁ ବ୍ୟବସ୍ଥା କରାଯାଇଛି, ସେ ସଂପର୍କରେ ତଦାରଖ କରିଥିଲେ । ଶ୍ରୀ ବାଗଚୀ କହିଥିଲେ, ଭାରତ ସଂପୂର୍ଣ୍ଣ ଲକଡାଉନ ହେବା ପରେ ଆମ ପାଇଁ ଏହି କିଛି ଦିନ ଗୁରୁତ୍ୱପୂର୍ଣ୍ଣ ସମୟ । ତେଣୁ ସମସ୍ତେ ସତର୍କ ରହିବା ନିତ୍ୟାନ୍ତ ଜରୁରୀ । ସତର୍କ ରହିଲେ ହିଁ କରୋନାର ମୁକାବିଲା କରିପାରିବା ।

Spread the love