ଆଜି ସୁସ୍ଥ ହେଲେ ୩୩୦୩ କରୋନା ଆକ୍ରାନ୍ତ

କଟକ ଜିଲ୍ଲାରେ ୬୫୦ ଜଣଙ୍କ ସମେତ ରାଜ୍ୟରୁ ଆଜି ୩ ହଜାର ୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୭୩ରେ ପହଂଚିଛି।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ଦ୍ୱିତୀୟ ସର୍ବାଧିକ ୪୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୨୧୩ ଜଣ, ଗଂଜାମରୁ ୨୦୯ ଜଣ, ରାୟଗଡ଼ାରୁ ୧୮୫ ଜଣ, ସମ୍ବଲପୁରରୁ ୧୭୨ ଜଣ, କେରାପୁଟରୁ ୧୪୯ ଜଣ, ପୁରୀରୁ ୧୨୮ ଜଣ, ନୟାଗଡ଼ରୁ ୧୨୫ ଜଣ ଓ ମୟୂରଭଂଜରୁ ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ସେହିପରି କେନ୍ଦୁଝର ଜିଲ୍ଲାରୁ ୯୦ ଜଣ, ସୁନ୍ଦରଗଡ଼ରୁ ୮୭ ଜଣ, ଅନୁଗୁଳରୁ ୮୦ ଜଣ, ବାଲେଶ୍ୱରରୁ ୭୯ ଜଣ, ମାଲକାନଗିରିରୁ ୭୬ ଜଣ, କନ୍ଧମାଳରୁ ୫୫ ଜଣ, ଭଦ୍ରକ, ଜଗତସିଂହପୁରରୁ ୪୯-୪୯ ଜଣ, ବଲାଙ୍ଗୀରରୁ ୪୭ ଜଣ, ଗଜପତିରୁ ୩୭ ଜଣ, ବରଗଡ଼ ୩୫ ଜଣ, ନୂଆପଡ଼ାରୁ ୩୫ ଜଣ, ନବରଂଗପୁରରୁ ୩୪ ଜଣ, ଢେଙ୍କାନାଳରୁ ୩୨ ଜଣ, କେନ୍ଦ୍ରାପଡ଼ାରୁ ୩୦ ଜଣ, ସୁବର୍ଣ୍ଣପୁରରୁ ୨୫ ଜଣ, କଳାହାଣ୍ଡିରୁ ୧୪ ଜଣ, ଝାରସୁଗୁଡ଼ାରୁ ୧୩ ଜଣ ଓ ଦେବଗଡ଼ରୁ ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୧୮ଲକ୍ଷ ୯୧ ହଜାର ୯୯ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୧ ଲକ୍ଷ ୯ ହଜାର ୭୮୦ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୮୪ ହଜାର ୭୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୫୧୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୨୫ ହଜାର ୧୪୦ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Spread the love