ଜାଗୃତି ଶୁକ୍ଳାଙ୍କ ବିରୋଧରେ ଏତଲା, ମାନହାନୀ ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର, ୧୦/୦୨: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ମହିଳା ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ବିରୋଧରେ ପୁରୀଘାଟ ଥାନାରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ସୋସିଆଲ ମିଡିଆରେ ବର୍ଷାଙ୍କ ନାମରେ ବିଭିନ୍ନ ବଦନାମ କଲା ଭଳି ମନ୍ତବ୍ୟ ନେଇ ଥାନାରେ ଏତଲା ଦେଇଛନ୍ତି ବର୍ଷା । ଏଭଳି ମନ୍ତବ୍ୟ ଦ୍ବାରା ବର୍ଷାଙ୍କ ମାନହାନୀ ହେଉ ଥିବା ନେଇ ଏତଲାରେ ସେ ଦର୍ଶାଇ ଥିବା ଜଣାପଡ଼ିଛି ।

ସୂଚନା ଥାଉକି ବର୍ଷା-ଅନୁଭବ ବିବାଦ ମାମଲାରେ ବର୍ଷାଙ୍କ ପାର୍ଲିଆମେଣ୍ଟ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ବର୍ଷାଙ୍କ ପକ୍ଷରୁ ଦାଏର ହୋଇଥିବା ମାମଲାକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ବର୍ଷାଙ୍କୁ ମିଳିଥିବା ସ୍ପାଉସ୍ କାର୍ଡକୁ ଫେରାଇବା ପାଇଁ ପାର୍ଲିଆମେଣ୍ଟ ସଚିବ ନିର୍ଦ୍ଦେଶ ଦେଇଥିଲେ । ସ୍ପାଉସ୍ କାର୍ଡକୁ ଫେରାଇବା ପାଇଁ ଅନୁଭବ ପାର୍ଲିଆମେଣ୍ଟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା । ବୈବାହିକ ଜୀବନକୁ ନେଇ ଅନୁଭବ ବାରମ୍ବାର ଗଣମାଧ୍ୟମକୁ ଦେଉଥିବା ପ୍ରତିକ୍ରିୟାକୁ ବନ୍ଦ ପାଇଁ ମଧ୍ୟ ବର୍ଷା କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ ।  ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି ।

Spread the love