ନୂଆ ବର୍ଷରେ ନୂଆ ସଭାପତି, ସମ୍ଭାବ୍ୟ ତାଲିକାରେ ଅନେକ

ନୂଆ ବର୍ଷରେ ନୂଆ ସଭାପତି ଦେବ ରାଜ୍ୟ ବିଜେପି । ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଡ଼ିସେମ୍ବର 20 ତାରିଖରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନୂଆ ସଭାପତିଙ୍କ ନାଁ ଘୋଷଣା କରିବେ । ତେବେ ବିଜେପିର ପରବର୍ତ୍ତୀ ରାଜ୍ୟ ସଭାପତି କିଏ ହେବ ତାକୁ ନେଇ  ଚର୍ଚ୍ଚା ଜୋର ଧରିଛି। ସଭାପତି ଦୌଡରେ ଆଗରେ ଅଛନ୍ତି ପୂର୍ବତନ ରାଜ୍ୟ ସଭାପତି କନକବଦ୍ଧନ ସିଂହଦେଓ। ତାଙ୍କ ପଛକୁ ସମୀର ମହାନ୍ତି, ଅପରାଜିତା ଷଢଙ୍ଗୀଙ୍କ ନାଁ ବି ଚର୍ଚ୍ଚାକୁ ଆସୁଛି । ତେବେ କେନ୍ଦ୍ରୀୟ ନେତା କନକବଦ୍ଧନ ସିଂହଦେଓଙ୍କ ହାତରେ ପୁଣିଥରେ ରାଜ୍ୟ ବିଜେପିର ମଙ୍ଗ ଧରାଇବେ ବୋଲି ବିଜେପି ଭିତିରି ମହଲରୁ ଜାଣିବାକୁ ମିଳିଛି।  ଏହାସହ ଚର୍ଚ୍ଚା ହେଉଛି  କନକବଦ୍ଧନ ସିଂହଦେଓଙ୍କୁ ଏକ ଶକ୍ତିଶାଳୀ ଗୋଷ୍ଠୀ ବିରୋଧ ମଧ୍ୟ କରୁଛନ୍ତି । ଏହି ମର୍ମରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କଣ ନିଷ୍ପତି ନେଉଛନ୍ତି ତାହା ଦେଖିବାର କଥା ।

ସଭାପତି ହେବାର ଦକ୍ଷତା ମଧ୍ୟ ପୂର୍ବରୁ ଦେଖାଇସାରିଛନ୍ତି କେଭି । ସେହିପରି ଦଳର ଉପସଭାପତି ସମୀର ମହାନ୍ତି ବି ସଭାପତି ରେସରେ ଅଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତି ଘନିଷ୍ଠ । ଏହାଛଡ଼ା ଦଳର ଉପସଭାପତି ସହ ମୁଖ୍ୟ ମୁଖପାତ୍ର ଅଛନ୍ତି । ତେଣୁ ରାଜ୍ୟ ବିଜେପିର ଶକ୍ତିଶାଳୀ ଗୋଷ୍ଠୀ ତାଙ୍କୁ ସଭାପତି କରିବା ପାଇଁ ମନସ୍ତ କରିଛନ୍ତି । ସେପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁ ମଧ୍ୟ ସଭାପତି ରେସରେ ରହିଛି । ନିଜର ସାଂଗଠନିକ ଦକ୍ଷତା ଓ ଲୋକପ୍ରିୟତା ଯୋଗୁଁ ତାଙ୍କୁ ସଭାପତି କରିବା ପାଇଁ ବିଜେପିର ଉପକୂଳ ଓଡ଼ିଶାର ବହୁ ହେବିୱଟ ନେତା ଚାହୁଛନ୍ତି ।  ତେବେ ଏବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କାହା ମୁଣ୍ଡରେ ସଭାପତିର ସୁନା କଳସ ଢାଳୁଛନ୍ତି ତାହା ଦେଖିବାର କଥା ।

Spread the love