ରାଜ୍ୟ ବିଜେପିକୁ ଅପରାଜିତା ଟେନସନ୍ ! ଧିମଉଛି ସାଙ୍ଗଠନିକ ନିର୍ବାଚନ

ଜୁଲାଇ 6 ତାରିଖରୁ ଆରମ୍ଭ ହୋଇଥିବା ବିଜେପିର ସାଂଗଠନିକ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 37 ହଜାର ବୁଥ, 900ରୁ ଅଧିକ ମଣ୍ଡଳୀର ନିର୍ବାଚନ ଶେଷ ହୋଇଛି । ଡ଼ିସେମ୍ବର 20 ତାରିଖରେ ନୂଆ ସଭାପତିଙ୍କ ନାଁ ବି ଘୋଷଣା ହେବ । ହେଲେ ଭୁବନେଶ୍ୱର ବୁଥ୍ କି ମଣ୍ଡଳରେ ନିର୍ବାଚନ ଶେଷ ହୋଇନାହିଁ । କାହିକିଁ ଏହା ହୋଇପାରିନାହିଁ ବୋଲି ପଚାରିବାରୁ ସହ-ନିର୍ବାଚନୀ ଅଧିକାରୀ ସୁଦୀପ୍ତ ରାୟ ଖୁବଶୀଘ୍ର ହେବ ବୋଲି କହି ଏହି ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି ।

ସବୁଠାରୁ ବଡ଼କଥା ହେଉଛି ଭୁବନେଶ୍ୱର ସାଂସଦ ଓ ଭୁବନେଶ୍ୱର ବିଜେପି ସଂଗଠନ ଗୋଟିଏ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଛି । ଏହି କଳି ଆଉ ଅଛପା ହୋଇ ରହିନାହିଁ । ଗଣମାଧ୍ୟମରେ ପ୍ରକାଶ ପାଇସାରିଛି। ସାଂସଦଙ୍କ ବିରୋଧରେ ଜିଲ୍ଲା ସଭାପତି ଓ କିଛି ନେତା ଅଭିଯୋଗ ମଧ୍ୟ କରିଛନ୍ତି । ସାଂସଦ କିନ୍ତୁ ଏବିଷୟରେ ଗଣମାଧ୍ୟମରେ କିଛି କହିନାହାନ୍ତି । ଯେହେତୁ ସାଂସଦ ଓ ଗୋଟିଏ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି ତେଣୁ ଭୁବନେଶ୍ୱରରେ ସାଂଗଠନିକ ନିର୍ବାଚନ ଧିମା ହୋଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

Spread the love