ଦୁଷ୍କର୍ମକାରୀଙ୍କୁ ତ୍ରାହିନାହିଁ, ପ୍ରତିଷ୍ଠା ହେବ 45 ଫାଷ୍ଟ ଟ୍ରାକ କୋର୍ଟ- ଆଇନ ମନ୍ତ୍ରୀ

ଦେଶରେ ବର୍ତ୍ତମାନ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଲଗାମ ଲଗାଇବା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 45ଟି ଫାଷ୍ଟ ଟ୍ରାକ କୋର୍ଟ । ଏଣିକି ପୀଡ଼ିତା ଖୁବ ଶ୍ରୀଘ୍ର ଯେପରି ନ୍ୟାୟ ପାଇ ପାରିବେ ସେ ଉପରେ ଦୃଷ୍ଟି ଦିଆଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ରାଜ୍ୟରେ ବଢୁଥିବା ମହିଳା ଓ ଶିଶୁ ବିରୋଧୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ 45ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ । ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅପରାଧ ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଶ୍ରୀଘ୍ର ଦଣ୍ଡ ପ୍ରଦାନ କରିବାକୁ ଏହି ଫାଷ୍ଟ ଟ୍ରାକ କୋର୍ଟ କରାଯିବ । ଏନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା ।

ଏହି ବୈଠକରେ ରାଜ୍ୟରେ 45 ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବା ନେଇ ନିଷ୍ପତି ହୋଇଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏହି କୋର୍ଟ ଗୁଡ଼ିକରେ ମହିଳା ଓ ଶିଶୁଙ୍କ ସହ ହେଉଥିବା ବିରୋଧରେ ମାମଲାର ଶୁଣାଣି କରାଯିବ । ହାଇକୋର୍ଟରେ 14 ଟି ବିଚାରପତି ପଦବୀ ଖାଲି ପଡ଼ିଛି । ତୁରନ୍ତ ପଦବୀ ପୂରଣ ହେଲେ ତ୍ୱରିତ ନ୍ୟାୟ ମିଳି ପାରିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।  ରାଜ୍ୟରେ ଅନେକ ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଦୁଷ୍କର୍ମ ମାମଲା ପଡ଼ି ରହିଛି କିନ୍ତୁ ନ୍ୟାୟିକ ପ୍ରକ୍ରିୟାରେ ମନ୍ଥରତା କାରଣରୁ ଦୀର୍ଘ ଦିନ ଧରି ପୀଡ଼ିତା ନ୍ୟାୟ ପାଇ ପାରନାହାଁନ୍ତି । ତେବେ ଉତ୍ତରପ୍ରଦେଶରେ ଯୋଗୀ ସରକାର 218ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଓଡ଼ିଶାରେ ପ୍ରତିଷ୍ଠା ହେବ 45 ଟି ।

Spread the love