ଶିକ୍ଷକ ମୋବାଇଲରେ ବ୍ୟସ୍ତ, ପିଲା କରୁଛନ୍ତି ମସ୍ତି

କ୍ଲାସ ରୁମରେ ଶିକ୍ଷକ ମୋବାଇଲରେ କଥା ହେଉଥିବାବେଳେ ପିଲାମାନେ ମସ୍ତି କରିବାରେ ବ୍ୟସ୍ତ ରହିଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାଯାଏ । ଏହି ସ୍କୁଲରେ ସାହିତ୍ୟ ଶିକ୍ଷକ ମୁରଲୀଧର ସାହୁ କ୍ଲାସରେ ମୋବାଇଲେ କଥା ହେଉଥିବା ବେଳେ ଛାତ୍ରଛାତ୍ରୀମାନେ ଖେଳକୁଦରେ ମାତିଥିବା ନଜରକୁ ଆସିଛି । ଦିନ ୧୧ଟାରେ ଏଭଳି ଦୃଶ୍ୟକୁ ଉତ୍ତୋଳନ କରାଯାଇଥିଲା । ତେଣୁ ଜିଲ୍ଳାସ୍ତରୀୟ ଶ୍ରେଷ୍ଠ ବିଦ୍ୟାଳୟର ମାନ୍ୟତା ପାଇଥିଲା ଏହି ସ୍କୁଲ । କିନ୍ତୁ ଏବେ ସ୍କୁଲରେ ପାଠପଢ଼ା କେମିତି ହେଉଛି ଏହା ଦେଖିଲେ ଅନୁମାନ କରି ହେଉଛି । ସ୍କୁଲ ପରିସରରେ ମୋବାଇଲ ବ୍ୟବହାର କରିବାକୁ ନିୟମ ହୋଇଥିଲେ ମଧ୍ୟ ଏଠାରେ ଉଲ୍ଲଂଘନ କରାଯାଇଛି । ଏନେଇ ଶିକ୍ଷକ ମୁରଲୀଧର ସାହୁଙ୍କ ପଚାରିବାରୁ ସେ କହିଛନ୍ତି ଯେ, ସ୍କୁଲରେ ମୁଁ ନିୟମିତଭାବେ ପିଲାଙ୍କୁ ପାଠ ପଢ଼ାଏ । ସ୍କୁଲର ସମସ୍ତ କର୍ମଚାରୀ ମୋବାଇଲ ଆଣୁଛନ୍ତି ବୋଲି ମୁଁ ଆଣୁଛି । ମୋର ଟଚ୍ ସ୍କ୍ରିନ ମୋବାଇଲ ବି ନାହିଁ ।

Spread the love