ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିନରେ ପାରିତ ହୋଇସାରିଛି ମହିଳା ସଂରକ୍ଷଣ ବିଲ୍

ରାଜ୍ୟସଭାରେ ଆଗତ ହେଲା  “ନାରୀ ଶକ୍ତି ବନ୍ଦନ ବିଧେୟକ”। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲ ମହିଳା ସଂରକ୍ଷଣ ବିଲ୍ ଆଗତ କରିଥିଲେ। ସେପଟେ, ଲୋକସଭାରେ ସର୍ବସମ୍ମତିରେ ବିଲ୍ ପାସ ହୋଇଥିବାରୁ ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ। କହିଲେ, ଗତକାଲି ନିଆଯାଇଥିବା ନିଷ୍ପତ୍ତି ଭାରତୀୟ ସଂସଦୀୟ ଯାତ୍ରାର ସ୍ଵର୍ଣ୍ଣିମ ମୁହୁର୍ତ୍ତ। ଏହି ନିଷ୍ପତ୍ତି ମହିଳା ଶକ୍ତିର ଉର୍ଜା ବୃଦ୍ଧିରେ ହେବ ସହାୟକ।  ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ପାରିତ ହୋଇସାରିଛି ମହିଳା ସଂରକ୍ଷଣ ବିଲ୍ । ବିଲକୁ ବିପୁଳ ସମର୍ଥନ ମିଳିଥିଲା । ଏହା ସପକ୍ଷରେ ୪୫୪ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ମାତ୍ର ୨ଟି ଭୋଟ୍ ପଡ଼ିଥିଲା ।

ନାରୀଶକ୍ତି ବନ୍ଦନ ବିଧେୟକ କାର୍ଯ୍ୟକାରୀ ହେଲେ ଲୋକସଭା ସମେତ ସବୁ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷିତ ରହିବ । ଅର୍ଥାତ ଲୋକସଭାରେ 543 ଆସନ ଆସନ ମଧ୍ୟରୁ 181ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ସେହିପରି ଓଡ଼ିଶା ବିଧାନସଭାର 147 ଆସନ ମଧ୍ୟରୁ 49ଟି ଆସନ ରିଜର୍ଭ ରହିବ ମହିଳାଙ୍କ ପାଇଁ । ତେବେ ରାଜ୍ୟସଭା କିମ୍ବା ବିଧାନ ପରିଷଦ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ । ସେହିପରି ଏସସି ଏସଟି ମହିଳାଙ୍କ ପାଇଁ ବିଲରେ ଅଲଗା ସଂରକ୍ଷଣ ବ୍ୟବସ୍ଥା ନାହିଁ । ବର୍ତ୍ତମାନ ଏସସି ଏସଟି ବର୍ଗଙ୍କ ପାଇଁ ଥିବା ସଂରକ୍ଷିତ ଆସନ ମଧ୍ୟରୁ 33 ପ୍ରତିଶତ ସେହି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ।

Spread the love