Skip to content
Wednesday, September 9, 2026
Latest:
  • ଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ଓଡ଼ିଶାର ୟୁଏଇ ନିବେଶ ଅଭିଯାନ ଆରମ୍ଭ
  • ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ
  • ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ଓଡିଶାବାସୀ ଆମ ଉପରେ ଆସ୍ଥା ପ୍ରକଟ କରିଛନ୍ତି: ମନମୋହନ ସାମଲ
  • ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି : ସୋଆ ଉପସଭାପତି
  • ସମ୍ମମ୍‌ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମ୍‌ର ଶୁଭାରମ୍ଭ ଓଡ଼ିଶାର ପ୍ରଥମ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା ଦୁର୍ଘଟଣା ମାମଲା: ରାଜ୍ୟ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ

May 11, 2023May 11, 2023 Satya cases-of-boat-accidents-in-various-rivers-and-reservoirs-affidavit-submitted-by-state-govt, state

ରାଜ୍ୟର ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା/ବୋଟ ଦୁର୍ଘଟଣାକୁ ନେଇ ଆଗତ ମାମଲାର ଶୁଣାଣି ହାଇକୋର୍ଟରେ ହୋଇଥିବା ବେଳେ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ବାଣିଜ୍ୟ ଓ ପରିଵହନ ବିଭାଗ ପକ୍ଷରୁ ଏକ ବିସ୍ତ୍ରୁତ ସତ୍ୟପାଠ ଦାଖଲ କରାଯାଇଛି। ଓଡିଶା ବୋଟ ରୂଲ ୨୦୦୪ ଅନୁଯାୟୀ ସୁରକ୍ଷିତ ନୌଯାତ୍ରା ପାଇଁ ପଦକ୍ଷେପ ନେଇଛନ୍ତି ସରକାର।

ନଦୀ, ହ୍ରଦ ଓ ଜଳଭଣ୍ଡାରରେ ସୁରକ୍ଷିତ ନୌଯାତ୍ରା ପାଇଁ ଫଳକ ଲଗାଯିବା ସହିତ ଡ଼ଙ୍ଗା ଓ ବୋଟ ଗୁଡିକର ରେଜିଷ୍ଟ୍ରେସନ, ଲାଇସେନ୍ସ ଓ ଫିଟନେସ ଯାଞ୍ଚ ହେଉଛି। ଏହା ସହିତ ଏଥିପାଇଁ ମେକାନିକାଲ ଇଞ୍ଜିନିୟର ମାନଙ୍କୁ ନିଯୁକ୍ତି ଦିଆଯାଉଛି। ଆସନ୍ତା ଜୁଲାଇ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ନିୟମିତ ଭାବେ ଡ଼ଙ୍ଗା ବୁଡି ଭଳି ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଥିବା ବେଳେ ଏଭଳି ଘଟଣାର ନିୟନ୍ତ୍ରଣ ପାଇଁ ରାଜ୍ୟରେ ସ୍ୱତନ୍ତ୍ର ଆଇନ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଡ଼ଙ୍ଗାବୁଡିରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ଜନସ୍ୱାର୍ଥ ମାମଲାରେ ପ୍ରାର୍ଥନା କରାଯାଇଛି। ନିୟମ ଅନୁଯାୟୀ ସୁରକ୍ଷା ପାଇଁ ବୋଟରେ ପଦକ୍ଷେପ ଗ୍ରହଣ କରିବା ଓ ଲାଇଭ ଜ୍ୟାକେଟ ସମସ୍ତେ ପରିଧାନ କରିବା ଭଳି ପ୍ରସଙ୍ଗ ନେଇ ହାଇକୋର୍ଟରେ ଦାୟର ତିନୋଟି ପୃଥକ ମାମଲାର ଏକତ୍ର ଶୁଣାଣି ହାଇକୋର୍ଟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ୨୦୧୪ ରେ କୋରାପୁଟରେ ହୋଇଥିବା ଡ଼ଙ୍ଗା ବୁଡି ଓ ହୀରାକୁଦ ଜଳଭଣ୍ଡାର ଡ଼ଙ୍ଗା ବୁଡି ଘଟଣାର ଶୁଣାଣି ରହିଥିଲା।

କୋଲାଵର ଶାଖା ନଦୀ ପାତାଳୀରେ କୋରାପୁଟ ନନ୍ଦପୁର ବ୍ଲକର ଚିତନପଡା ଗାଁର ଲୋକେ ସୀମାନ୍ତ ଆନ୍ଧ୍ରପ୍ରଦେଶର ଏକ ହାଟକୁ ଯାଇ ଫେରୁଥିବା ବେଳେ ୬ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ଅନ୍ୟପଟରେ ୨୦୧୩ ରେ ହୋଇଥିବା ଏକ ଡ଼ଙ୍ଗା ବୁଡି ଘଟଣାରେ ଆର.କେ.ମାଇତିଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି ଆସନ୍ତା ୨୧ ରେ ହେବାକୁ ଥିବା ବେଳେ ଏହି ମାମଲା ମଧ୍ୟ ସେଦିନ ଏକତ୍ର ଶୁଣାଣି ହେଵ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଡୋଶୀ ରାଜ୍ୟରେ ଡଙ୍ଗା ଗୁଡିକର ପଞ୍ଜୀକରଣ ଠାରୁ ଆରମ୍ଭ କରି ନିୟନ୍ତ୍ରଣ ପାଇଁ ‌ବେଙ୍ଗଲ ଫେରିଜ୍ ଆଇନ ୧୯୮୫, ତାମିଲନାଡୁ କେନାଲସ୍ ଆଣ୍ଡ ପବ୍ଲିକ ଫେରିଜ ଆକ୍ଟ, ୧୮୯୦ ଭଳି ଆଇନ ରହିଛି।

୨୦୦୪ରେ ବାଣିଜ୍ୟ ଓ ପରିବହନ ବିଭାଗ ‘ଡ୍ରାଫ୍ଟ ଓଡ଼ିଶା ବୋଟ୍ ରୁଲ୍ସ’ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିଥିଲା। କିନ୍ତୁ ରାଜ୍ୟରେ ଡଙ୍ଗା ବୁଡି ବା ବୋଟ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ବୀମା କ୍ଷତିପୂରଣ ଓ ଅନ୍ୟାନ୍ୟ ପଦକ୍ଷେପ ପ୍ରସଂଗରେ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ନାହିଁ। ଡଙ୍ଗା ଗୁଡିକର ପଞ୍ଜୀକରଣ ଠାରୁ ଆରମ୍ଭ କରି ବୀମା ପରିସରଭକ୍ତ କରାଯିବା, ଏଥିରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ନିୟମ ନାହିଁ ବୋଲି ଅଭିଯୋଗ ହୋଇଛି। ହାଇକୋର୍ଟ ଜନସ୍ବାର୍ଥ ଆବେଦନର ଶୁଣାଣି କରି ପୂର୍ବରୁ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Post Views: 232
Spread the love
  • ← ଠକ ସଂସ୍ଥାର ୧.୨୨ କୋଟି ଟଙ୍କା ଫ୍ରିଜ୍ କଲା ଇଓଡବ୍ଲୁ
  • ଖଣି ମାଫିଆଙ୍କ ଉତ୍ପାତ : ଚଢ଼ାଉ ବେଳେ ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆକ୍ରମଣ →

ADVT

Recent Posts

  • ଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ଓଡ଼ିଶାର ୟୁଏଇ ନିବେଶ ଅଭିଯାନ ଆରମ୍ଭ September 9, 2026
  • ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ September 7, 2026
  • ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ଓଡିଶାବାସୀ ଆମ ଉପରେ ଆସ୍ଥା ପ୍ରକଟ କରିଛନ୍ତି: ମନମୋହନ ସାମଲ September 5, 2026
  • ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି : ସୋଆ ଉପସଭାପତି September 5, 2026
  • ସମ୍ମମ୍‌ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମ୍‌ର ଶୁଭାରମ୍ଭ ଓଡ଼ିଶାର ପ୍ରଥମ September 5, 2026

Calendar

September 2026
M T W T F S S
 123456
78910111213
14151617181920
21222324252627
282930  
« Aug    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.