ଓଡ଼ିଶା କି ବନ୍ୟଜନ୍ତୁ ମାଫିଆଙ୍କ ସେଫ୍ ରୁଟ୍? ସ୍ଥଳ, ଜଳ ଓ ଆକାଶପଥରେ ଚୋରାଚାଲାଣ
ଓଡ଼ିଶା ବନିଛି କି ବନ୍ୟଜନ୍ତୁ ମାଫିଆଙ୍କ ଅଭୟାରଣ୍ୟ? ସ୍ଥଳପଥ, ଜଳପଥ ଓ ଆକାଶପଥ । ବିଭିନ୍ନ ବାଟ ଦେଇ ବନ୍ୟଜନ୍ତୁ ଓ ଜନ୍ତୁଙ୍କ ଅଙ୍ଗ ଚୋରାଚାଲାଣ କରୁଛନ୍ତି ମାଫିଆ । ଏହାପଛରେ ଇଣ୍ଟରନ୍ୟାସନାଲ ସିଣ୍ଡିକେଟ୍ର ବି ହାତ ଥିବା ସନ୍ଦେହ କରାଯାଉଛି । ରାଜଧାନୀ ଭୁବନେଶ୍ୱରରୁ ତଟବର୍ତ୍ତୀ ବାଲେଶ୍ୱର ଯାଏଁ, ବିଭିନ୍ନ ସ୍ଥାନରୁ ବିଦେଶୀ ଜୀବଜନ୍ତୁ ଉଦ୍ଧାର ହେବା ପରେ, ଏହାକୁ ରୋକିବା ବଡ଼ ଚାଲେଞ୍ଜ ପାଲଟିଛି । କେବେ ବିମାନବନ୍ଦରରେ, କେବେ ସମୁଦ୍ରତଟରେ
