Skip to content
Monday, October 26, 2026
Latest:
  • ସୋଆ ଫାର୍ମାସ୍ୟୁଟିକାଲ ସାଇନ୍ସେସ୍ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ
  • OUSSSC : ୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞାପନ, ଦେଖନ୍ତୁ ଏଠାରେ
  • ଡାକ୍ତରଙ୍କ ମାନବିକତା ହିଁ ରୋଗୀକୁ ଅଧିକ ସୁସ୍ଥ କରାଇଥାଏ: ସୋଆ ଉପସଭାପତି
  • ଭାଲୁ ସହ ଲଢ଼ି ଜୀବନ ବଞ୍ଚାଇଲେ ସାଧୁ
  • ଡାକ୍ତରଙ୍କ ସଫଳ ଅପରେସନ, ମହିଳାଙ୍କ ପେଟରୁ ବାହାରିଲା ୨୦ କିଲୋର ଟ୍ୟୁମର
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜନୀତି 

ଏଥର ଖାତା ଖୋଲିବା ଲକ୍ଷ୍ୟରେ ଭାଜପା

February 25, 2024 Satya Political, this-time-the-aim-of-opening-the-account-is-bjp

ବାଲେଶ୍ୱର ଜିଲାର ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀ ଖଇରା ବ୍ଲକର ୩୭ ଓ ସିମୁଳିଆ ବ୍ଲକର ୨୨ ପଞ୍ଚାୟତକୁ ନେଇ ଗଠିତ। ଏହି ବିଧାନସଭା କ୍ଷେତ୍ର ବାଲେଶ୍ୱର ଜିଲା ଓ ଭଦ୍ରକ ସଂସଦୀୟ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।
ଅର୍ଥାତ୍‌ ସିମୁଳିଆ ବାଲେଶ୍ୱର ଜିଲାରେ ଆସୁଥିଲେ ହେଁ ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ। ଏଠାରୁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀଙ୍କ ନାମକୁ ନେଇ ଗାଁଗହଳି, ଛକବଜାର ଓ ଚା’ ଖଟିରେ ଚର୍ଚ୍ଚା ଜୋର ଧରିଲାଣି। ବିଜେଡିରେ ଆଶାୟୀ କମ୍‌ ଥିବା ବେଳେ ଭାଜପାରେ ସର୍ବାଧିକ, କିନ୍ତୁ କଂଗ୍ରେସରେ ମାତ୍ର ଜଣଙ୍କ ନାମ ଚର୍ଚ୍ଚା ହେଉଛି ।
ମନ୍ତ୍ରୀ ତଥା ଏଠାରୁ ଦୁଇ ଥର ବିଜେଡି ଟିକେଟରୁ ଜିତିଥିବା ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ହ୍ୟାଟ୍ରିକ ଲକ୍ଷ୍ୟରେ ଅଛନ୍ତି । ଅବଶ୍ୟ ଗତ ପଞ୍ଚାୟତ ନିର୍ବାଚନରେ ମିଳିତ ବିରୋଧୀ ଶକ୍ତିଙ୍କ ରଣନୀତି ବୁଝି ନ ପାରିବା କାରଣରୁ ବ୍ଲକ ଅଧ୍ୟକ୍ଷ ପଦବୀ ବିଜେଡିଠାରୁ ଅଳ୍ପକେ ଖସିଯାଇଥିଲା। ତାହା ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ଖୋରାକ ଯୋଗାଇଥିଲା। ତେବେ ଅନ୍ୟତମ ଆଶାୟୀ ହେଉଛନ୍ତି ବିଜେଡି ନେତା ତଥା କଳା, ସଂସ୍କୃତି ଓ ମାନବ ସମ୍ବଳ ବିଭାଗର ରାଜ୍ୟ ସମ୍ପାଦକ ଶଶି କୁମାର ସାହୁ। ସେ ୨୦୧୪ ମସିହାରୁ ‘ମହୋତ୍ସବ ମଣିଷ’ ଭାବେ ଖଇରା ଓ ସିମୁଳିଆ ଲୋକଙ୍କ ସହ ଜଡ଼ିତ ହୋଇରହିଛନ୍ତି।
ସୋର ବାସିନ୍ଦା ସାହୁ ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଭିନ୍ନ ସମୟରେ ମହୋତ୍ସବ କରି ଏଭଳି ନାମରେ ପରିଚିତ ହୋଇଆସିଛନ୍ତି। ପ୍ରଥମେ ଭାଜପାରୁ ୨୦୧୪ରେ ଲଢ଼ି ୨୮ହଜାର ଭୋଟ ପାଇ ସେତେବେଳେ ସେ ସମସ୍ତଙ୍କୁ ଚକିତ କରାଇଥିଲେ। ହେଲେ ୨୦୧୯ରେ ବିଜେଡିରେ ମିଶି ଥିଲେ ହେଁ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରୁ ଦୂରେଇ ରହୁଥିବାରୁ ସିମୁଳିଆ ବିଜେଡିରେ ସେତେଟା ଗ୍ରହଣୀୟ ହୋଇପାରୁନାହାନ୍ତି ବୋଲି ଲୋକେ କୁହାକୁହି ହେଉଛନ୍ତି। ଏହାଛଡ଼ା ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଗଣେଶ ପ୍ରସାଦ ମହାପାତ୍ର ଅନ୍ୟତମ ଟାଣୁଆ ନେତା ଭାବେ ଯୁବଗୋଷ୍ଠୀଙ୍କ ସହ ସମ୍ପର୍କ ବଢ଼ାଇ ଚାଲିଛନ୍ତି। ଏବେ ଦୁଇଟି ବ୍ଲକରେ ଟୁର୍ନାମେଣ୍ଟ ହେଉ କି ସଚେତନତା କାର୍ଯ୍ୟକ୍ରମ ଅଧିକାଂଶ ସ୍ଥାନରେ ତାଙ୍କୁ ଦେଖିବାକୁ ମିଳୁଛି। ସେ ମଧ୍ୟ ବିଜେଡି ଟିକେଟ ଲବିରେ ଅଛନ୍ତି।
ବହୁବାର ଜିତି କଂଗ୍ରେସ ଅମଳରେ ମନ୍ତ୍ରୀ ହୋଇଥିବା ପଦ୍ମଲୋଚନ ପଣ୍ଡା ୨୦୧୯ରେ ଭାଜପାରେ ମିଶି ଦଳୀୟ ପ୍ରାର୍ଥୀ ହୋଇଥିଲେ। ଏବେ ସେ ଟିକେଟ ଆଶାୟୀ ଥିଲେ ହେଁ ବୟସାଧିକ୍ୟ କାରଣରୁ ଦଳ ତାଙ୍କ ୨ ପୁତ୍ର ଅଣୁମାଧବ ଓ ନୀଳମାଧବଙ୍କ ମଧ୍ୟରୁ କାହାକୁ କିମ୍ବା ଅନ୍ୟ କୌଣସି ଯୁବନେତାଙ୍କୁ ସୁଯୋଗ ଦେଇପାରେ ବୋଲି ଭାଜପା ଭିତରୁ ଶୁଣିବାକୁ ମିଳୁଛି। ସେପଟେ ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ଅଣନାତି ତଥା ରାଷ୍ଟ୍ରୀୟ ଓ ରାଜ୍ୟ ରାଜନୀତିରେ ପ୍ରଭାବ ରଖିଥିବା ଠାକୁର ରଞ୍ଜିତ ଦାସଙ୍କ ନାମ ତାଲିକାର ଆଗରେ ରହିଥିବା ନେଇ ଦଳ ଭିତରେ ଆଲୋଚନା ହେଉଛି। ଏହାଛଡ଼ା ୨ ଥର ଖଇରା ବ୍ଲକ ଅଧ୍ୟକ୍ଷା ହୋଇଥିବା ଅଭିଲିପ୍ସା ସାହୁଙ୍କୁ ମଧ୍ୟ ଦଳ ସୁଯୋଗ ଦେବାର ସମ୍ଭାବନା ରହିଛି। ବିଜେଡି ଗଡ଼ କୁହାଯାଉଥିବା ଏହି ବିଧାନସଭା କ୍ଷେତ୍ରରେ ଭାଜପା ବିଜୟୀ ହେଲେ ପ୍ରଥମ ଥର ଖାତା ଖୋଲିବାର ସୌଭାଗ୍ୟ ଅର୍ଜନ କରିବ।
ଏକମାତ୍ର ଆଶାୟୀ ଭାବେ ନୂଆ କରି ଦଳକୁ ଆସିଥିବା ଖଇରା ଅଞ୍ଚଳର ହିମାଂଶୁ ଶେଖର ବେହେରା ବର୍ତ୍ତମାନ ସଙ୍ଗଠନକୁ ମଜଭୁତ କରିବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି। ଅଳ୍ପଦିନର ରାଜନୀତିରେ ସେ ଯଥେଷ୍ଟ ଲୋକପ୍ରିୟତା ହାସଲ କରିଥିବା ଆଲୋଚନା ହେଉଛି। ପଦ୍ମଲୋଚନଙ୍କ ସହ କଂଗ୍ରେସ ଛାଡ଼ିଥିବା କର୍ମୀମାନଙ୍କର ଘରବାହୁଡାକୁ ସେ ପ୍ରାଥମିକତା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୦୪ରେ କଂଗ୍ରେସ ଏହି ଆସନ ଲାଭ କରିଥିଲା।

Post Views: 940
Spread the love
  • ← ମାର୍ଚ୍ଚ ପହିଲାରେ ୮୫୯ ଏସ୍‌ଏସ୍‌ବି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର
  • କୋଣାର୍କ ମନ୍ଦିରରେ ଉତ୍ତେଜନା, ଗେଟରେ ଧସେଇ ପଶିଲେ ପର୍ଯ୍ୟଟକ →

ADVT

Recent Posts

  • ସୋଆ ଫାର୍ମାସ୍ୟୁଟିକାଲ ସାଇନ୍ସେସ୍ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ October 24, 2026
  • OUSSSC : ୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞାପନ, ଦେଖନ୍ତୁ ଏଠାରେ October 24, 2026
  • ଡାକ୍ତରଙ୍କ ମାନବିକତା ହିଁ ରୋଗୀକୁ ଅଧିକ ସୁସ୍ଥ କରାଇଥାଏ: ସୋଆ ଉପସଭାପତି October 23, 2026
  • ଭାଲୁ ସହ ଲଢ଼ି ଜୀବନ ବଞ୍ଚାଇଲେ ସାଧୁ October 22, 2026
  • ଡାକ୍ତରଙ୍କ ସଫଳ ଅପରେସନ, ମହିଳାଙ୍କ ପେଟରୁ ବାହାରିଲା ୨୦ କିଲୋର ଟ୍ୟୁମର October 22, 2026

Calendar

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.