ଅଙ୍ଗନୱାଡି କେନ୍ଦ୍ରରେ ଗରମ ପେଜରେ ପଡି ଛାତ୍ରୀ ଗୁରୁତର, ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି
ଟିଟିଲାଗଡ଼: ଗରମ ଖାଦ୍ୟରେ ପଡି ଛାତ୍ରୀ ଗୁରୁତର । ଟିଟିଲାଗଡ଼ ବ୍ଲକ୍ କୁଶକେଲା ଗାଁ ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରୀ ଜଣକ ଗରମ ଖାଦ୍ୟରେ ପଡି ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅଙ୍ଗନୱାଡି କେନ୍ଦ୍ର କର୍ମଚାରୀ SIR କାର୍ଯ୍ୟ ପାଇଁ ଅନ୍ୟତ୍ର ଯାଇଥିବା ବେଳେ ସହାୟିକା ଖାଦ୍ୟ ରାନ୍ଧିଥିଲେ ଓ ପେଜକୁ ଅଙ୍ଗନୱାଡି କେନ୍ଦ୍ରରେ ରଖିଥିଲେ । ଜଣେ ଛାତ୍ରୀ ଖେଳୁଥିବା ସମୟରେ ସେହି ପେଜରେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଛାତ୍ରୀଙ୍କ ଶରୀରର ୧୫ ପ୍ରତିଶତ ଅଂଶ ପୋଡି ଯାଇଥିବାରୁ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । CDPO ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
