କାଳବୈଶାଖୀ ତାଣ୍ଡବ, ଟେଣ୍ଟ ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର :  କାଳବୈଶାଖୀ ନେଲା ୩ ଜୀବନ ।  କେନ୍ଦୁଝର ଟାଉନ ଥାନା ନରଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ।  ପ୍ରବଳ ଝଡ଼ପବନରେ ଭାଙ୍ଗିଲା ଟେଣ୍ଟ, ଚାପି ହୋଇ ୩ ମୃତ ।  ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା । ଆଜି ଅପରାହ୍ଣ ସମୟରେ ହଠାତ୍‌ ପ୍ରବଳ ଘୁର୍ଣ୍ଣିଝଡ଼, ପବନ ଏବଂ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ଜଣାଯାଇଛି । ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି ।

କେନ୍ଦୁଝର ଟାଉନ ଥାନା ଅଧୀନ ନରଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । କୌଣସି ଭୋଜି ପାଇଁ ପ୍ରସ୍ତୁତ ହୋଇଥିବା ଟେଣ୍ଟ ପ୍ରବଳ ପବନରେ ଭୁଶୁଡ଼ି ପଡ଼ିଥିଲା । ଏଥିରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ଲେଖାଯିବା ପର୍ଯ୍ୟନ୍ତ ମୃତାହତଙ୍କ ପରିଚୟ ମିଳିପାରି ନାହିଁ । ଏହି ଅଘଟଣ ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜିଲ୍ଲାର ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *