ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ, ବୁଢ଼ା-ଟୋକା-ପିଲା ଗଣେଶଙ୍କୁ ନେଇ ଉତ୍ସାହ

ଭଦ୍ରକ: ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ । ବିଶେଷକରି ବୁଢା ଗଣେଶ, ଟୋକା ଗଣେଶ ଓ ପିଲା ଗଣେଶ ପାଇଁ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ଦୀର୍ଘ ଏକ ମାସ ଧରି ପ୍ରଭୁ ଗଜାନନଙ୍କ ପୂଜା ଚାଲିବ। ୫୦୦ ବର୍ଷରୁ ଅଧିକ ସମୟ ହେବ ବୁଢ଼ା ଗଣେଶ ଙ୍କ ପୂଜା ହେଉଛି। ଏହି ପରମ୍ପରାକୁ ବଜାୟ ରଖିଛନ୍ତି ଭଦ୍ରକର ପୁରୁଣା ବଜାରବାସୀ। ମାସେ ଧରି ନିର୍ଦ୍ଦିଷ୍ଟ ପୂଜା ଉପଚାର ସହ ବଡଭୋଗ ଲାଗି କରି ବୁଢା ଗଣେଶଙ୍କୁ ପୂଜା କରାଯିବ। ସେହିପରି ୧୯୭୦ ମସିହାରୁ ଭଦ୍ରକର ପୁରୁଣା ବଜାର ଅଂଚଳରେ ପୂଜା ପାଇ ଆସୁଛନ୍ତି ଟୋକା ଗଣେଶ। ଏଥର ଟୋକା ଗଣେଶଙ୍କ ଅଳଙ୍କାର ଚାନ୍ଦିରେ ନିର୍ମିତ ହୋଇଛି।

ଆଗାମୀ ଦିନରେ ଏହି ମେଢ଼କୁ ଆହୁରି ଆକର୍ଷଣ କରିବାକୁ ପୂଜା କମିଟି ପକ୍ଷରୁ କୁହାଯାଇଛି। ସେହିପରି ଭଦ୍ରକ ସହରର କୁଆଁସରେ ୧୯୯୩ରୁ ପିଲା ଗଣେଶଙ୍କ ପୂଜା କରାଯାଉଛି। ଦୀର୍ଘ ଏକ ମାସ ଧରି ପିଲା ଗଣେଶ ପୂଜା ପାଇବେ। ଏହି ୩ଗଣେଶ ଙ୍କ ପୂଜା ସହିତ ଭଦ୍ରକରେ ଯୋଡି ହୋଇଛି ଛୁଆ ଗଣେଶ। ୪୨ ବର୍ଷ ହେଲା ଛୁଆ ଗଣେଶଙ୍କୁ ପୂଜା କରାଯାଉଛି। ସେପଟେ କାଞ୍ଚନ ଗଣେଶଙ୍କ ପୂଜା ୩୩ବର୍ଷ ହେଲା ହୋଇ ଆସୁଛି। ଗତକାଲି ସାଳନ୍ଦୀ ନଦୀରୁ କଳସ ବୁଡ଼ା ଯାଇ ମଣ୍ଡପରେ ସ୍ଥାପନ ପରେ ପୂଜା ଆରମ୍ଭ ହୋଇଛି। କଳସ ଶୋଭାଯାତ୍ରାରେ ଉଭୟ ହିନ୍ଦୁ ଓ ମୁସଲିମ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *