ପୁରୀ ଶ୍ରୀମନ୍ଦିର ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ । ଅଳାଁ ବେଢାକୁ ଚଢି ପୂଜାର୍ଚ୍ଚନା କଲେ ଯୁବକ । ଯୁବକଙ୍କୁ ଧରିବାକୁ ଯାଇ ନାକେଦମ ହେଲା ପୋଲିସ । ଦୀର୍ଘ ସମୟର ହାଇଡ୍ରାମା ପରେ ଯୁବକଙ୍କୁ ତଳକୁ ଅଣାଯାଇଥିଲା । ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ପଚରା ଉଚରା କରାଯାଉଛି । ତେବେ ସୁରକ୍ଷାବଳୟକୁ ଭେଦି ଯୁବକ ଜଣଙ୍କ କିଭଳି ମନ୍ଦିରକୁ ଚଢିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୨୫ ମସିହା ମଧ୍ୟ ଦୁଇଜଣ ଶ୍ରଦ୍ଧା ଶ୍ରୀମନ୍ଦିର ଉପରକୁ ଚଢ଼ିଯାଇଥିଲେ । ଭଦ୍ରକର ଜଣେ ବୃଦ୍ଧ ବ୍ୟକ୍ତି ଶ୍ରୀମନ୍ଦିର ଚୂଡାରେ ଚଢ଼ିଯାଇ ଥିଲେ । ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କୁ ପୋଲିସ ପଚରାଉଚରା କରୁଛି ।

ସେ କେଉଁ ଉଦ୍ଦେଶ୍ୟରେ ମନ୍ଦିର ଉପରକୁ ଚଢ଼ିଥିଲେ ଏବଂ କିଭଳି ସୁରକ୍ଷା ବଳୟକୁ ଭେଦ କରି ଏତେ ଉପରକୁ ଯାଇପାରିଲେ, ତାହା ନେଇ ଏବେ ପ୍ରଶ୍ନ ଉଠିଛି । ଉଲ୍ଲେଖଯୋଗ୍ୟ, ୨୦୨୫ ମସିହାରେ ମଧ୍ୟ ଶ୍ରୀମନ୍ଦିର ଉପରକୁ ଶ୍ରଦ୍ଧାଳୁ ଚଢ଼ିଯିବାର ଏକାଧିକ ଘଟଣା ସାମ୍ନାକୁ ଆସିଥିଲା। ଭଦ୍ରକର ଜଣେ ବୃଦ୍ଧ ବ୍ୟକ୍ତି ଶ୍ରୀମନ୍ଦିର ଚୂଡ଼ା ଉପରକୁ ଚଢ଼ିଯାଇଥିଲେ। ସେହିପରି ଉତ୍ତରପ୍ରଦେଶର ଜଣେ ଶ୍ରଦ୍ଧାଳୁ ମଧ୍ୟ ମନ୍ଦିର ଉପରକୁ ଚଢ଼ିଯାଇଥିବା ଘଟଣା ସେତେବେଳେ ଚର୍ଚ୍ଚାକୁ ଆସିଥିଲା । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଓ ନିରୀକ୍ଷଣ ପ୍ରଣାଳୀକୁ ଆହୁରି କଡ଼ା କରିବା ଆବଶ୍ୟକତା ନେଇ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *