ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ ଆଶଙ୍କା, ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ମଧ୍ୟପ୍ରଦେଶ : ଦେଓ୍ବାସର ଏବି ରୋଡ ସ୍ଥିତ ଟୋଙ୍କକଲାରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିସ୍ଫୋରଣରେ ଆଖପାଖର ଘର ସବୁ ଦୋହଲିଯାଇଥିଲା । କାରଖାନାରେ କାମ କରୁଥିବା ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ବିସ୍ଫୋରଣରେ ୧୫ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । ଏହି ସଂଖ୍ୟା ଆଗକୁ ବଢିପାରେ ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବିସ୍ଫୋରଣ ପରେ ଶ୍ରମିକଙ୍କ ଶରୀରର ଅଂଶ ରାସ୍ତାରେ ବିଛାଡି ପଡିଥିଲା । ଘଟଣା ପରେ ସ୍ଥଳରେ ଲୋକଙ୍କ ଚିତ୍କାର ଶୁଣାଯାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, କାରଖାନାରେ ଖୋଲାରେ ବାରୁଦ ରଖି ବାଣ ତିଆରି କରାଯାଉଥିଲା । ସୁରକ୍ଷାକୁ ଧ୍ୟାନ ଦିଆଯାଉନଥିଲା । ଅନେକ ଥର ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉନଥିଲା ।

ତେବେ ଘଟଣା ପରେ ଗ୍ରାମବାସୀଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଲୋକମାନେ କାରଖାନାର ମାଲିକଙ୍କ ଉପରେ ଅଭିଯୋଗ ଆଣିଥିଲେ ।

ଘଟଣା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ଦେୱାସ ଜିଲ୍ଲାର ଟୋଙ୍କକଲାରେ ବାଣ କାରଖାନାରେ ହୋଇଥିବା ବିସ୍ଫୋରଣରେ ଅନେକ ହତାହତ ହୋଇଥିବା ଖବର ହୃଦୟ ବିଦାରକ । ଉପମୁଖ୍ୟମନ୍ତ୍ରୀ ଏବଂ ଗ୍ହ ସଚିବ, ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ସେହିପରି ଆହତଙ୍କ ଚିକିତ୍ସା ମାଗଣା କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *