ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସୁନା ଚେନ୍ ଲୁଟ, ଅଭିଯୁକ୍ତକୁ ଗିରଫ ପରେ ଚେନ୍ ଉଦ୍ଧାର
ପୁରୀ : ଆଜି ସକାଳ ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଜଣେ ବ୍ୟକ୍ତି ଜଣେ ଭକ୍ତଙ୍କ ଠାରୁ ସୁନା ଚେନ୍ ଚୋରି କରି ନେଇଥିଲେ । ଏହା ଜାଣିପାରି ସମ୍ପୃକ୍ତ ଭକ୍ତ ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ ପୁରୀ ପୋଲିସର ସାଧା ପୋଷାକଧାରୀ Anti-Snatching Team ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ କାବୁ କରିଥିଲେ । ତଲାସି ସମୟରେ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୩୫ ଗ୍ରାମ ଓଜନର ଚୋରି ହୋଇଥିବା ସୁନା ଚେନ୍ ଉଦ୍ଧାର କରାଯାଇଥିଲା । ଏହି ସମ୍ପର୍କରେ ସିଂହଦ୍ୱାର ଥାନା କେସ୍ ନଂ-139/26, ଧାରା 309(6) BNS ରୁଜୁ କରାଯାଇଛି । ଅଭିଯୁକ୍ତ ଦୀପକ ଯାଦବଙ୍କୁ ଗିରଫ କରାଯାଇଛି । ଉଦ୍ଧାର ହୋଇଥିବା ସୁନା ଚେନ୍କୁ ଆଇନାନୁସାରେ ଜିମାନାମା କାର୍ଯ୍ୟ ସମ୍ପାଦନ କରି ଅଭିଯୋଗକାରୀଙ୍କ ଜିମାରେ ପ୍ରଦାନ କରାଯାଇଛି ।
