ଫେଲ୍ ମାରିଲା ବଜ୍ରକାପ୍ତା ଡିଲ୍ , ଚୋରାଚାଲାଣ ବେଳେ ବନ ବିଭାଗର ଚଢ଼ାଉ
ମାଲକାନଗିରି: ଫେଲ ମାରିଲା ବଜ୍ରକାପ୍ତା ଡିଲ୍ । ବଜ୍ରକାପ୍ତ ଚୋରାଚାଲାଣ ବେଳେ ବନ ବିଭାଗର ଚଢ଼ାଉ । ମାଲକାନଗିରି ବନ ବିଭାଗକୁ ବଡ଼ ସଫଳତା । ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ମାଲକାନଗିରି ବନ ବିଭାଗ । ଘଟଣା ସ୍ଥଳରୁ ୧୫ କେଜିରୁ ଅଧିକ ଓଜନର ବଜ୍ରକାପ୍ତା ଉଦ୍ଧାର ।
ମାଲକାନଗିରି ବ୍ଲକର କୋଇଲିପାରି ଗାଁରେ ବଜ୍ରକାପ୍ତା ଡିଲ୍ ଚାଲିଥିବା ସମୟରେ ବନ ବିଭାଗ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତଙ୍କୁ ଧରିବା ସହ ୩ଟି ବାଇକ୍ ଜବତ କରାଯାଇଛି । ଜଣେ ଫେରାର ରହିଛି । ବନ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ଉଦ୍ଧାର ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି DFO ସୂଚନା ଦେଇଛନ୍ତି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଅପରେସନ ଜାରି ରହିବ ବୋଲି ମାଲକାନଗିରି DFO ସାଇ କିରଣ କହିଛନ୍ତି ।
