ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ

ଚାନ୍ଦବାଲି: ବାଣ ବିସ୍ପୋରଣ ରେ ଜଣେ ମୃତ. ଜଳିଗଲା ବାଣ ଗଛିତ ଥିବା ଦୁଇ ବଖରା ଘର.ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ପରମାନନ୍ଦପୁର ଛକ ନିକଟରେ । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଲକ୍ଷ ଲକ୍ଷ ଟଙ୍କାର ଗଚ୍ଛିତ ଥିବା ଏକ ବେ-ଆଇନ ବାଣ କାରଖାନାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ଫଳରେ ଭୟଙ୍କର ବିସ୍ଫୋରଣ ହେବା ସହ ଉକ୍ତ ଘରର ଆଜବେଷ୍ଟ ଖଣ୍ଡ ବିଖଣ୍ଡିତ ହୋଇ ଚାରି ଆଡ଼େ ଉଡ଼ୁ ଥିବାର ଦେଖିବାକୁ ମିଳିଥିଲା ।

ଉକ୍ତ ଘରେ ବହୁ ପରିମାଣର ବାଣ ଗଚ୍ଛିତ ଥିବାରୁ ଜୋରରେ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଏକ ପ୍ରକାର ଥରି ଉଠିଥିଲା । ଲୋକମାନେ ଭୟଭୀତ ଅବସ୍ଥାରେ ଥିଲେ । ଉକ୍ତ ଘରେ ଶୋଇଥିବା ଜଣେ ବ୍ୟକ୍ତି ପୋଡି ପାଉଁଶ ହୋଇ ଥିବା ଜଣାପଡିଛି । ଖବର ପାଇ ଚାନ୍ଦବାଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *