ଉତ୍ତର ଓଡ଼ିଶାର ପିଛା ଛାଡୁନି ବନ୍ୟା, ଜଳମଗ୍ନ ୩୨ ଗାଁ
ଚାନ୍ଦବାଲି/ଯାଜପୁର ଟାଉନ: ଦୁଃଖ ଆଣୁଛି ବନ୍ୟା । ଉତ୍ତର ଓଡ଼ିଶାର ପିଛା ଛାଡ଼ୁନି ବନ୍ୟା ଦୁର୍ଦ୍ଦଶା। ବୈତରଣୀ ନଦୀରେ ତୃତୀୟ ବନ୍ୟା। ଭଦ୍ରକ ଚାନ୍ଦବାଲିରେ ଚିନ୍ତାରେ ନଈ କୂଳିଆ ଗାଁଲୋକ। ବନ୍ୟା ପାଣି ଘେରରେ ଚାରି ପଞ୍ଚାୟତ ର ୩୨ଗାଁ । ଆରଡ଼ି, ନାନ୍ଦପୁର, ସୁନ୍ଦରପୁର ଓ ଓଳଗ ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଫଳରେ ଆରଡ଼ି-କୁଆଖିଆକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଆରଡ଼ି କୁଆଖିଆ ଜାତୀୟ ରାଜପଥର ବୋଡ଼କ ରାସ୍ତାରେ ଚାରି ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି।
ଯାଜପୁରରେ ସରୁନି ବନ୍ୟା ଦୁଃଖ। ବୈତରଣୀରେ ଚତୁର୍ଥ ବନ୍ୟା। ବଲ୍ଲଭିଘାଟ ଓ ଦଶରଥପୁରରେ ଏବେବି ବିପଦ ସଙ୍କେତ ଉପରେ ଜଳସ୍ତର। ବିଶେଷକରି ଦଶରଥପୁର ବ୍ଲକରେ ବିଗିଡ଼ିଛି ସ୍ଥିତି। ଡୋଭାବିଲ ପାଟଣାରେ ପୂର୍ବ ଘାଇ ଦେଇ ପୁଣି ଗାଁକୁ ପଶିଛି ବନ୍ୟାପାଣି। ଚତୁର୍ଥ ବନ୍ୟାରେ ଭାଙ୍ଗି ପଡ଼ିଛି ବନ୍ୟାବିପନ୍ନଙ୍କ ମେରୁଦଣ୍ଡ । ଅନେକ ପରିବାର ବନ୍ଧ ଉପରେ ଆଶ୍ରୟ ନେଇଥିବା ବେଳେ, ଆଉ କିଛି ପରିବାର ଆଶ୍ରୟସ୍ଥଳୀ ଓ ଛାତ ଉପରେ ଜୀବନ କାଟୁଛନ୍ତି । ଘରର ଆସବାବପତ୍ର, ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଛି ।
