ବାବା ବାଲିକପିଳେଶ୍ୱର ମନ୍ଦିରରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଗୋପ: ଦିଅଁକୁ ବି ଛାଡ଼ିଲେନି । ବାବା ବାଲିକପିଳେଶ୍ୱର ମନ୍ଦିରରେ କଳା କନା ବୁଲାଇଲେ ଦୁର୍ବୃତ୍ତ । ଅଳଙ୍କାର ସମେତ ହୁଣ୍ଡି ଭାଙ୍ଗି ନେଇଗଲେ ଲକ୍ଷାଧିକ ନଗଦ ଅର୍ଥ । ପୁରୀ ଜିଲ୍ଲା ଗୋପ ବ୍ଲକ ତୋରକର ଓ ସୁତନ ପଞ୍ଚାୟତ ଅଧିନରେ ଥିବା ଶୈବ ପୀଠ ବାବା ବାଲିକପିଳେଶ୍ୱର ମନ୍ଦିରରୁ ୬ରୁ ୭ଜଣ ଦୃର୍ବୁତ୍ତ ଆସି ଗେଟ ତାଲା ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ।

ବାବା ବାଲିକପିଳେଶ୍ୱରଙ୍କର ହୁଣ୍ଡି ଭାଙ୍ଗି ପ୍ରାୟ ୨ଲକ୍ଷଟଙ୍କା ଲୁଟିବା ପରେ ରୁପା ମୁକୁଟ, ମା ପାର୍ବତୀଙ୍କ ସୁନା ଆଖି, ନୋଥ ଓ ଚିତା ଲୁଟି ଫେରାର ହୋଇଛନ୍ତି । ମନ୍ଦିରରୁ ପାଖାପାଖି ୨୦ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଜିନିଷପତ୍ର ସହ ନଗଦ ୩ଲକ୍ଷ ଟଙ୍କା ଚୋରି ନେଇ ସୂଚନା ମିଳିଛି । ରାମଚଣ୍ଡୀ ଥାନା ପୋଲିସ ମନ୍ଦିର ପଛ ପାର୍ଶ୍ୱରେ ଥିବା ପୋଖରୀରୁ ମନ୍ଦିରରୁ କଟା ଯାଇଥିବା ତାଲା ଦୁଇଟିକୁ ଜବତ କରିଛି ।

Spread the love

Leave a Reply

Your email address will not be published. Required fields are marked *