ବିହାରରୁ ଓଡ଼ିଶାକୁ ବେଆଇନ ବନ୍ଧୁକ ଚାଲାଣ, ରାକେଟ୍ ର ଦୁଇ ଗ୍ୟାଙ୍ଗଷ୍ଟାର ଗିରଫ

ଭୁବନେଶ୍ୱର : ବିହାରରୁ ଓଡ଼ିଶାକୁ ବେଆଇନ ବନ୍ଧୁକ ଚାଲାଣ, STFର ବଡ଼ ଆକ୍ସନ। ଆନ୍ତଃରାଜ୍ୟ ବେଆଇନ ବନ୍ଧୁକ କାରବାର ରାକେଟ୍ ର ଦୁଇ ଗ୍ୟାଙ୍ଗଷ୍ଟାର ଗିରଫ । ବିହାରରୁ ଓଡ଼ିଶାକୁ ଚାଲିଥିଲା ବେଆଇନ ବନ୍ଧୁକ ଚାଲାଣ। ଟ୍ରେନ୍ ଯୋଗେ ବନ୍ଧୁକ ନେଇ ଓଡ଼ିଶା ଆସୁଥିବା ବେଳେ ଦୁଇ ଆନ୍ତଃରାଜ୍ୟ ଗ୍ୟାଙ୍ଗ ସଦସ୍ୟଙ୍କୁ ମାଡ଼ି ବସିଲା STF। ଅଭିଯୁକ୍ତ ଦୁଇ ଜଣ ହେଲେ ଆକାଶ କୁମାର ସିଂ ଓ ରାଜେଶ ଶର୍ମା।

ସେମାନଙ୍କ ନିକଟରୁ ୬ଟି ବେଆଇନ ବନ୍ଧୁକ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି STF। ଭୁବନେଶ୍ୱରରେ ଲଗାତାର ଦୁଇଟି ଗୁଳିକାଣ୍ଡ ଘଟଣା ପରେ ବେଆଇନ ବନ୍ଧୁକ କାରବାରର ଲିଙ୍କ୍ ବିହାରର ମୁଙ୍ଗେର ସହ ଥିବା ସୂଚନା ପାଇଥିଲା STF। ଏହାପରେ ମୁଙ୍ଗେରଠାରୁ ଆରମ୍ଭ କରି ବିହାର ଓ ଓଡ଼ିଶା ପର୍ଯ୍ୟନ୍ତ ବନ୍ଧୁକ ଚାଲାଣ ନେଟୱର୍କ ଉପରେ ନଜର ରଖିଥିଲେ STFର ସ୍ୱତନ୍ତ୍ର ଟିମ୍ ।

ଗୁଇନ୍ଦା ସୂଚନା ଆଧାରରେ ଟ୍ରେନ୍ ରେ ବନ୍ଧୁକ ନେଇ ଆସୁଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି STF। ଆନ୍ତଃରାଜ୍ୟ ବେଆଇନ ବନ୍ଧୁକ କାରବାର ରାକେଟ୍ ର ପର୍ଦ୍ଦାଫାସ୍ କରିବା ସହ ଏହା ପଛରେ ଥିବା ପୂରା ନେଟୱର୍କ ଓ ବନ୍ଧୁକ ଯୋଗାଣକାରୀଙ୍କ ସମ୍ପର୍କରେ ଖୋଳତାଡ଼ ଚଳାଇଛି STF।

କେବଳ ବନ୍ଧୁକ ଚାଲାଣ ନୁହେଁ, ରାଜ୍ୟରେ ବଢ଼ୁଥିବା ଗୁଳିକାଣ୍ଡ, ସଂଗଠିତ ଅପରାଧ ଓ ଅପରାଧୀଙ୍କୁ ଅସ୍ତ୍ର ଯୋଗାଉଥିବା ସୋର୍ସ ଉପରେ ମଧ୍ୟ କଡ଼ା ନଜର ରଖିଛି STF।ଅନ୍ୟପଟେ ଆନ୍ତଃରାଜ୍ୟ ଗଞ୍ଜେଇ ଓ ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ଗ୍ୟାଙ୍ଗଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରିଛି STF। ଅପରାଧ ଓ ନିଶା କାରବାରର ଚେର ଖୋଜିବା ସହ ଏହା ପଛରେ ଥିବା ସଂଗଠିତ ଗ୍ୟାଙ୍ଗ ବିରୋଧରେ କଠୋର ଆକ୍ସନ ହେବ।

Spread the love

Leave a Reply

Your email address will not be published. Required fields are marked *