ଅନଲାଇନ କ୍ୟାବ ବନ୍ଦ, ସେବାରେ PCR

ଭୁବନେଶ୍ୱର : ରାଜଧାନୀରେ ଅନଲାଇନ୍ ଟ୍ୟାକ୍ସି ସେବା ବନ୍ଦ ଯୋଗୁ ଲୋକେ ହନ୍ତସନ୍ତ ।  ଯାତ୍ରୀଙ୍କ ସହାୟତା ପାଇଁ ଆଗକୁ ଆସିଛି କମିଶନରେଟ୍ ପୋଲିସ। ମେଡିକାଲ ଏମର୍ଜେନ୍ସିରେ ଏୟାରପୋର୍ଟରୁ ହସ୍ପିଟାଲ ଯିବାକୁ ଥିବା ଯାତ୍ରୀଙ୍କୁ PCR ଗାଡ଼ିରେ ସହାୟତା ଯୋଗାଇଦେଇଛନ୍ତି ପୋଲିସ। ଓଲା, ଉବେର୍, ର‍ାପିଡୋ ଭଳି ଆପ୍ କମ୍ପାନୀଗୁଡ଼ିକର ଶୋଷଣ ବିରୋଧରେ କଟକ-ଭୁବନେଶ୍ୱରରେ “ଜିରୋ ସପ୍ଲାଇ” ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଘୋଷଣା କରାଯାଇଛି। ତେବେ ଯାତ୍ରୀଙ୍କ ଜରୁରୀକାଳୀନ ଆବଶ୍ୟକତାକୁ ନଜରରେ ରଖି ପୋଲିସର ଏହି ସହାୟତା ଗୁରୁତ୍ୱପୂର୍ଣ୍ଣ ହୋଇଛି।

Spread the love