କାଳିଆବାଲି ଛକରେ ଓଲଟିଲା କାଉଡିଆଙ୍କୁ ନେଇ ଯାଉଥିବା ଟାଟା ଏସି, ୧୩ ଆହତ

ଛତ୍ରପୁର :  ଛତ୍ରପୁର ନିକଟ କାଳିଆବାଲି ଛକରେ ଓଲଟିଲା ବୋଲବମ କାଉଡିଆଙ୍କୁ ନେଇ ଯାଉଥିବା ଏକ ଟାଟା ଏସି  l   ୧୩ ଜଣ କାଉଡିଆ ଆହତ ହୋଇଥିବା ବେଳେ ଟାଟା ଏସି ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି  l  ସୂଚନା ପ୍ରକାରେ ଜଗଦଳପୁର ରୁ ଏକ ଟାଟା ଏସି ଯୋଗେ ୧୩ ଜଣ କାଉଡିଆ ଏକ ଟାଟା ଏସି ଯୋଗେ ଗଞ୍ଜାମ ଋଷିକୂଲ୍ୟା ନଦୀକୁ ପାଣି ଉଠାଇବା ପାଇଁ ବାହାରିଥିଲେ  l

ପାଣି ନେଇ ଗଞ୍ଜାମ ବ୍ଲକର ଅଳେସ୍ଵର ଶୈବ ପୀଠରେ ଶିବଙ୍କ ମସ୍ତକରେ ଜଳାଭିଷେକ କରିଥାନ୍ତେ l  ହେଲେ, କାଳିଆବାଲି ନିକଟରେ କୌଣସି କାରଣ ବଶତଃ ଟାଟା ଏସି ଟି ଓଲଟି ପଡିଥିଲା  l  ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି  l  ସେପଟେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  l

Spread the love

Leave a Reply

Your email address will not be published. Required fields are marked *