ଦିନ ଦ୍ୱିପ୍ରହରରେ ଜଘନ୍ୟ କାଣ୍ଡ, ମଣିଷ ସହ ଗାଡ଼ିକୁ ଜାଳିଦେଲେ ଦୁର୍ବୃତ୍ତ

ବାରଙ୍ଗ: ଦିନ ଦ୍ୱିପ୍ରହରରେ ଜଘନ୍ୟ କାଣ୍ଡ । ମଣିଷ ସହ ଗାଡ଼ିକୁ ଜାଳିଦେଲେ ଦୁର୍ବୃତ୍ତ । ନିଆଁରେ ପୋଡ଼ି ଜଣେ ମୃତ । ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ବେଣ୍ଟୁଆ ଗାଁ ନିକଟରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଦିନ ଦ୍ୱିପ୍ରହରରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ଗାଡ଼ିକୁ ନିଆଁ ଲଗାଇ ଦେଇଥିବା ଅନୁମାନ ।

ନିଆଁରେ ପୋଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ତେବେ ଏଭଳି ଜଘନ୍ୟ ଘଟଣା ପଛର କାରଣ ଏବେବି ଅସ୍ପଷ୍ଟ ରହିଛି ।  ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *