ମହଙ୍ଗା ପଡ଼ିଲା ଫେସବୁକ୍ ପ୍ରେମ, ବିବାହ ପ୍ରତିଶ୍ରୁତି ଦେଇ ଶୋଷଣ! ଥାନାରେ ମହିଳାଙ୍କ ଅଭିଯୋଗ

ଅନୁଗୁଳ: ଫେସବୁକ୍ ବନ୍ଧୁତାରୁ ପ୍ରେମ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ଶୋଷଣ ଓ ମାଡ଼ ଅଭିଯୋଗ । ଏପରି ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହେଲେ ମହିଳା । ପୀଡିତା ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଞ୍ଚଳର ବୋଲି ଜଣାପଡିଛି । ପ୍ରାୟ ତିନିମାସ ପୂର୍ବେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଟାଉନର ଜଣେ ଯୁବ ବ୍ୟବସାୟୀ ସୌମିତ ବିଜୟ ଶଙ୍କର ସାହୁଙ୍କ ସହ ଫେସବୁକ୍ ମାଧ୍ୟମରେ ତାଙ୍କର ପରିଚୟ ହୋଇଥିଲା । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଘନିଷ୍ଠ ହୋଇଥିଲା ।

ଗତ ୨୦ ନଭେମ୍ବରରେ ସୌମିତ ତାଙ୍କୁ ପାଲଲହଡ଼ା ଆଣି ଏକ ଲଜ୍ ରେ ରଖିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି । ବିବାହ ପାଇଁ ଜିଦ୍ ଧରିବାରୁ ଯୁବକ ଜଣକ ତାଙ୍କୁ ମାରପିଟ୍ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି । ଏନେଇ ଗତ କାଲି ପାଲଲହଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *