ରାମାୟଣ ନାଁରେ ଅଜବ କାଣ୍ଡ, ମନୋରଞ୍ଜନ ନାଁରେ ଜୀବନ ସହ ଖେଳ!
ବ୍ରହ୍ମପୁର: ରାମାୟଣ ନାଁରେ ଅଜବ କାଣ୍ଡ । ମନୋରଞ୍ଜନ ନାଁରେ ଜୀବନ ସହ ଖେଳ!। ଜୀବନ୍ତ ସାପ ଖାଇଲେ କଳାକାର । ଯାତ୍ରାରେ ରାମାୟଣ ବାଦି ନାଟକରେ ଜୀବନ୍ତ ସାପ ଖାଇବା ଓ JCB ଉପରେ ବିପଜ୍ଜନକ ଷ୍ଟଣ୍ଟ କରିବାର ଭିଡିଓ ଏବେ ଭାଇରାଲ ହେଉଛି । କଳା ପ୍ରଦର୍ଶନ ନାଁରେ ଏଭଳି ବିପଜ୍ଜନକ ଦୃଶ୍ୟକୁ ନେଇ ଚିନ୍ତା ବଢ଼ିଛି ।
ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଲାଞ୍ଜିଆ ଗାଁ ରେ ଗତ କିଛି ଦିନ ତଳେ ଦୁଇ ଦଳ ରାମାୟଣ ମଞ୍ଚସ୍ଥ କରିଥିଲେ । ବାଦ ନାଚରେ ଦୁଇ ଦଳ ର କଳାକାର ଜେସିବିରେ ଆସି ନିଜ ଶରୀରରେ ବାଣ ଲଗାଇ ଫୁଟାଇବା ଏବଂ ସାପ ଖାଇବା ପରି ଭୟଙ୍କର ଦୃଶ୍ୟ ପରିବେଷଣ କରାଯାଇଥିଲା ।
କିଛିଦିନ ପୂର୍ବରୁ ଏହି ଗାଁରେ ନାଟକ ମଞ୍ଚ ତଳେ ବାଣ ଫୁଟାଇବାରୁ ନିଆଁ ଲାଗି ଅନେକ ସାମଗ୍ରୀ ଜଳିଯାଇଥିଲା । ତେବେ ପ୍ରଶ୍ନ ଉଠୁଛି, ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ନିରବ କାହିଁକି? ଯେଉଁଠି ଦଣ୍ଡନାଚ ବେଳେ ଅଶ୍ଳୀଳ ନୃତ୍ୟ ଭାଷା ପରିବେଷଣ ପାଇଁ ଜିଲ୍ଲା ପ୍ରଶାସନ ଗାଇଡ ଲାଇନ ଜାରି କରୁଛି। କିନ୍ତୁ ରାମାୟଣ ନାଁରେ ଏଭଳି ବିପଦଜନକ ଷ୍ଟଣ୍ଟ ପ୍ରତି କାହିକି ଲାଗୁନି କଟକଣା। ତେବେ ଘଟଣାକୁ ନେଇ ପୋଲିସ କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ ।
