ଦିଲ୍ଲୀ ଏୟାରପୋର୍ଟରେ ସ୍ପାଇସଜେଟ୍ ଯାତ୍ରୀଙ୍କ ଧାରଣା, ୨୪ ଘଣ୍ଟାରୁ ଅଧିକ ସମୟ.ଅଟକିଲା ୨ଟି ବିମାନ

ନୂଆଦିଲ୍ଲୀ : ଦିଲ୍ଲୀ ଏୟାରପୋର୍ଟ ଯାତ୍ରୀଙ୍କ ଧାରଣା । ସ୍ପାଇସଜେଟର ଫ୍ଲାଇଟ୍ ବିଳମ୍ବକୁ ନେଇ ଯାତ୍ରୀମାନେ ଧାରଣା ଦେଇଛନ୍ତି । ଲଗାତାର ଫ୍ଲାଇଟ୍ ବିଳମ୍ବ ହେଉଥିବାରୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରି ଯାତ୍ରୀମାନେ ବିମାନବନ୍ଦରରେ ଧାରଣ ଦେଇଥିଲେ । ଦୁବାଇ ଯିବାକୁ ଥିବା ସ୍ପାଇସଜେଟର ୨ଟି ଫ୍ଲାଇଟ୍ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିବା ଯୋଗୁଁ ଯାତ୍ରୀ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ଖବର ଅନୁସାରେ, ଗୋଟିଏ ଫ୍ଲାଇଟ୍ ସୋମବାର ସକାଳେ ଉଡ଼ାଣ ଭରିବାର ଥିଲା । ହେଲେ ବିମାନଟି ଉଡ଼ାଣ କରିପାରିନଥିଲା । ସେହିପରି ଦ୍ୱିତୀୟ ଫ୍ଲାଇଟ୍ ସୋମବାର ରାତିରେ ଉଡ଼ାଣ ଭରିବାର ଥିଲେ ମଧ୍ୟ ତାହା ମଧ୍ୟ ଅଟକି ରହିଥିଲା । ଫଳରେ ଯାତ୍ରୀମାନେ ନାହିଁନ ଥିବା ସମସ୍ୟା ଭୋଗିଥିଲେ । ଯାତ୍ରୀଙ୍କ ସମସ୍ୟା ସାମାଧାନ ପାଇଁ ମଧ୍ୟ ବିମାନବନ୍ଦରରେ ସ୍ପାଇସଜେଟର କୌଣସି କର୍ମଚାରୀ ନଜର ଆସୁନଥିଲେ । କିନ୍ତୁ ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଅସୁବିଧାରେ ପଡ଼ିଥିବା ଯାତ୍ରୀମାନଙ୍କୁ ଖାଦ୍ୟ ଓ ରିଫ୍ରେସମେଣ୍ଟ ଯୋଗାଇ ଦିଆଯାଉଥିଲା ।

ପୂର୍ବରୁ ରବିବାର ଦିନ ମଧ୍ୟ ସ୍ପାଇସଜେଟ୍ର ଏକ ବିମାନରେ ଯାତ୍ରୀମାନେ ଗରମ ଯୋଗୁଁ ସମସ୍ୟାରେ ପଡ଼ିଥିଲେ । ଦିଲ୍ଲୀରୁ ଗୋରଖପୁର ଯାଉଥିବା ସ୍ପାଇସଜେଟ୍ର SG2471 ଫ୍ଲାଇଟରେ ଏସି ସମସ୍ୟା ଦେଖାଦେବା ନେଇ ଯାତ୍ରୀମାନେ ଅଭିଯୋଗ କରିଥିଲେ । ଯାତ୍ରୀଙ୍କ କହିବା ଅନୁସାରେ, ପ୍ରାୟ ଦୁଇ ଘଣ୍ଟା ଧରି ସେମାନଙ୍କୁ ଏସି ବିନା ବିମାନ ଭିତରେ ବସି ରହିବାକୁ ପଡ଼ିଥିଲା । ବାହାରେ ପ୍ରବଳ ଗରମ ଥିବାବେଳେ ବିମାନର ଭିତରେ ମଧ୍ୟ ଏସି ନଥିବାରୁ ଯାତ୍ରୀମାନେ ଅସହ୍ୟ ଗରମ ଅନୁଭବ କରିଥିଲେ ।

ତେବେ ଏସି ସମ୍ପର୍କିତ ଯାତ୍ରୀଙ୍କ ଅଭିଯୋଗକୁ ସ୍ପାଇସଜେଟ୍ ପକ୍ଷରୁ ଖଣ୍ଡନ କରାଯାଇଛି । ଏୟାରଲାଇନ୍ର କହିବା ଅନୁସାରେ, ବିମାନର ଏୟାର-କଣ୍ଡିସନିଂ ସିଷ୍ଟମ୍ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ଥିଲା ।

Spread the love

Leave a Reply

Your email address will not be published. Required fields are marked *