ଦୁଷ୍କର୍ମୀର ଘରୁ ମିଳିଲା ସାଙ୍ଘାତିକ ପ୍ରମାଣ, ଏହାଦ୍ୱାରା ଦୋଷୀକୁ ପ୍ରମାଣିତ କରିବ ପୋଲିସ୍
ଭୁବନେଶ୍ୱର : ଦୁଷ୍କର୍ମୀର ଘରୁ ମିଳିଲା ସାଙ୍ଘାତିକ ପ୍ରମାଣ । ଦୁଷ୍କର୍ମ ସମୟରେ ପିନ୍ଧିଥିବା କପଡା ଜବତ କଲା ପୋଲିସ । ନୟାପଲ୍ଲୀ ଦୁଷ୍କର୍ମ ଘଟଣାର ପୋଲିସ ପାଇଲା ସାଙ୍ଘାତିକ ପ୍ରମାଣ । ଦୁଷ୍କର୍ମକାରୀ ଲୁଚାଇଥିବା କପଡାକୁ ଜବତ କରିଛି ପୋଲିସ ।ଯେଉଠି ରହିଛି ଦୁଷ୍କର୍ମ ଘଟଣାର ପ୍ରମୁଖ ପ୍ରମାଣ । ଯାହାକୁ ସାଇଣ୍ଟିଫିକ ଭାବେ ଉପସ୍ଥାପନା କରି ଦୋଷୀକୁ ପ୍ରମାଣିତ କରିବ ପୋଲିସ୍ ।
ଏଥିପାଇଁ ଅଭିଯୁକ୍ତ ଚକେଇ ସିଆଣି ଘରେ ରେଡ ବେଳେ ମିଳିଛି ପ୍ରମାଣ । ଯା’କୁ ଦୁଷ୍କର୍ମ ଘଟଣା ପରେ ନିଜ ଘରେ ଆଣି ଲୁଚାଇ ରଖିଥିଲା ଅଭିଯୁକ୍ତ ଶ୍ରୀଧର ପଣ୍ଡା । ସମ୍ବେଦନଶୀଳ ଘଟଣା ପାଇଁ ଅଭିଯୁକ୍ତ ଲୁଚାଇଥିବା ପ୍ରମାଣକୁ ଖୋଜି ଜବତ କରିଛି ପୋଲିସ । ନୟାପଲ୍ଲୀ ଦୁଷ୍କର୍ମ ଘଟଣାର ମିଳିଲା ଅଭିଯୁକ୍ତର ଡ୍ରେସ ସହ ମିଳିଛି କିଛି ଚୋରି ମୋବାଇଲ୍ । ଏଥି ସହ ଆଉ ଏକ ଟୟ ଗନ ମଧ୍ୟ ଜବତ କରିଛି ପୋଲିସ ।
ତେବେ ଗତ ସେପ୍ଟେମ୍ବର ୩୦ତାରିଖ ସନ୍ଧାରେ ମିଳିଥିବା ଡ୍ରେସ ପିନ୍ଧି ଚୋରି ଉଦ୍ଦେଶ୍ୟ ରେ ପିଡିତା ଘରେ ପଶିଥିଲା ଅଭିଯୁକ୍ତ । ପରେ ଏକାକି ସୁଯୋଗ ଦେଖି ପିଡିତାକୁ ଦୁଷ୍କର୍ମ କରିଥିଲା । ଯାହାକୁ ପିନ୍ଧି ସେ ଦିନ ରଚିଥିଲା ଦୁଷ୍କର୍ମ ଘଟଣା । ସେହି ଡ୍ରେସ ଏହି ନୟାପଲ୍ଲୀ ଦୁଷ୍କର୍ମ ଘଟଣାର ହେଉଛି ସାଙ୍ଘାତିକ ପ୍ରମାଣ । ଯାହକୁ ସଂଗ୍ରହ କରିଛି ପୋଲିସ । ତେବେ ଗତ ଶନିବାର ଅଭିଯୁକ୍ତକୁ ଏନକାଉଣ୍ଟର କରିଥିଲା ପୋଲିସ ।
