ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ମିଳିଲା ସିଆରଜେଡ୍ କ୍ଲିୟରାନ୍ସ

ପୁରୀ : ବ୍ରହ୍ମଗିରି ରାସ୍ତାର ଶିପସରୁବାଲି ମୌଜାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦର ସ୍ୱପ୍ନ ଆଉ ପାଦେ ଆଗେଇଛି ।  ଏୟାରପୋର୍ଟ ପାଇଁ ରହିଥିବା ଜଙ୍ଗଲ ବିଭାଗର ସମସ୍ୟା ସମାଧାନ ହେବା ସହ ସିଆରଜେଡ୍ (crz ) କ୍ଲିୟରାନ୍ସ ମଧ୍ୟ ମିଳିଛି ।  ଏହା ପରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ସହଯୋଗରେ ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି  ।

ପୂର୍ବରୁ ବିମାନ ବନ୍ଦର ପାଇଁ ଷ୍ଟେଜ ୧ ଅନୁମତି ମିଳିଥିଲା ।  ଏଥିରେ ରହିଥିବା ସର୍ତ୍ତ ପୁରଣ କରି ରିପୋର୍ଟ ଦିଆଯାଇଥିଲା  ଏୟାରପୋର୍ଟ ପାଇଁ  ।   ମୋଟ ୧୧୬୪.୭୫୪ ଏକର ଜମି ଅଧିଗ୍ରହଣ ହୋଇଛି  ।  ସେଥିମଧ୍ୟରୁ ୨୨୧.୮୯୧ ଏକର ଘରୋଇ ଜମି ଅଧିଗ୍ରହଣ କରାଯିବ ।  ବାକି ୯୪୨.୮୬୩ ଏକର ସରକାରୀ ଜମି ରହିଛି ।  ଉଭୟ ସିପସରୁବାଲି ଏବଂ ଷଣ୍ଢପୁର ମୌଜାରୁ ମୋଟ ୧୨୯ ପରିବାର ବିସ୍ଥାପିତ ହେବେ ।

ଏଣୁ ବିସ୍ଥାପିତମାନଙ୍କୁ ଜମି ଅଧିଗ୍ରହଣ ଓ ପୁନର୍ବାସ ଆଇନ୍ ଅନୁଯାୟୀ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।  ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ପାଇଁ ବିସ୍ଥାପନ ଭତ୍ତା ବାବଦକୁ ପ୍ରତି ବିସ୍ଥାପିତ ପରିବାର ହିସାବରେ ୫ ଲକ୍ଷ ଟଙ୍କା ଗୃହ ସହାୟତା ଅଧୀନରେ ଏବଂ ନୂତନ ଘର ନିର୍ମାଣ ପାଇଁ ୩.୩୯ ଲକ୍ଷ ଟଙ୍କାରୁ ଅଧିକ ରାଶି,ସ୍ଥାନାନ୍ତର ସହାୟତା ପାଇଁ ଘରୋଇ ସାମଗ୍ରୀର ପରିବହନ ଏବଂ ସ୍ଥାନାନ୍ତର ବାବଦକୁ ୧.୧୩ ଲକ୍ଷ ଟଙ୍କା।ଜୀବିକା ସହାୟତା ଅଧୀନରେ ଗୋଟିଏ ବର୍ଷ ପାଇଁ ଜୀବିକା ନିର୍ବାହ ପାଇଁ ୫୪,୩୦୦ ଟଙ୍କା।ବ୍ୟବସାୟ ସହାୟତା ଅଧୀନରେ ଦୋକାନ ସ୍ଥାପନ ପାଇଁ ୨୫,୦୦୦ ଟଙ୍କା ପ୍ୟାକେଜ ଘୋଷଣା ରହିଥିଲା  ।

Spread the love

Leave a Reply

Your email address will not be published. Required fields are marked *