ବର୍ଷା ପାଇଁ ବଡ଼ ନିଷ୍ପତ୍ତି, ଭଦ୍ରକ ଓ ଯାଜପୁରରେ ଶିକ୍ଷାନୁଷ୍ଠାନ ବନ୍ଦ
ଯାଜପୁର ଟାଉନ: ପ୍ରବଳ ବର୍ଷା ଆଶଙ୍କାରେ ଆଜି ଭଦ୍ରକ ଜିଲ୍ଲାରେ ସବୁ ସ୍କୁଲ, କଲେଜ ଛୁଟି । ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ପାଇଁ ନିଷ୍ପତ୍ତି ଲାଗୁ । ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ସେହିପରି ଆଜି ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି। ବାତ୍ୟା ‘ଅକଭାନ ପ୍ରଭାବ କୁ ନେଇ ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷା ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ବନ୍ଦ ରହିବ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସମ୍ଭାବ୍ୟ ଜଳବନ୍ଦୀ ଓ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସରକାରୀ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରହିବ ।
