ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ୩ ଜଣ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ୩ ଜଣ ଡାକ୍ତର ନିଲମ୍ବିତ । ନିଲମ୍ବିତ ଡାକ୍ତର ହେଲେ ଗମ୍ଭାରୀମୁଣ୍ଡା CHC ମେଡିକାଲ ଅଫିସର ପ୍ରଭାକର ବେହେରା । ସାମାଜିକ ଗଣମାଧ୍ୟମରେ ଅନଧିକୃତ ମନ୍ତବ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସେହିପରି ଗାଜଲବାଡ଼ି ପିଏଚ୍ ସି ମେଡିକାଲ ଅଫିସର ତମନ୍ନା ପ୍ରିୟଦର୍ଶିନୀ ସସ୍ ପେଣ୍ଡ କରାଯାଇଛି । ଆସିକା ଏସ୍ ଡିଏଚ୍ ମେଡିକାଲ ଅଫିସର ସୁପ୍ରକାଶ ଦାସ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଡା. ତମନ୍ନା ପ୍ରିୟଦର୍ଶିନୀ, ଡା. ସୁପ୍ରକାଶ ଦାସ ବାତ୍ୟା ଅର୍ଣ୍ଣବ  ବେଳେ ଅନଧିକୃତ ଭାବେ ଛୁଟିରେ ଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତବେଳେ ଉଭୟ ଅନୁପସ୍ଥିତ ଥିଲେ ।

ନିଲମ୍ବନ ଅବଧିରେ ଡା. ପ୍ରଭାକର ବେହେରାଙ୍କ ମୁଖ୍ୟାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଖୋର୍ଦ୍ଧା ଓ ଡା. ତମନ୍ନା ପ୍ରିୟଦର୍ଶିନୀ ଓ ଡା. ସୁପ୍ରକାଶ ଦାସଙ୍କ ମୁଖ୍ୟାଳୟ ସିଟି ହସ୍ପିଟାଲ, ବ୍ରହ୍ମପୁର ରହିବ । କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେମାନେ ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *