ରେଭେନ୍ସାର ପ୍ରଫେସରଙ୍କୁ ଦୁର୍ବ୍ୟବହାର କରିଥିବା ବିଧାୟକଙ୍କ ନାମକୁ ସିନେଟରୁ ପ୍ରତ୍ୟାହାର ଦାବିରେ ଦ୍ୱିତୀୟ ଦିନରେ ଦସ୍ତଖତ ସଂଗ୍ରହ ଅଭିଯାନ
କଟକ, ୧୪.୮.୨୬- ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଦୁର୍ବ୍ୟବହାର କରିଥିବା କଟକ ସଦର ବିଧାୟକଙ୍କ ନାମକୁ ସିନେଟ ମନୋନୟନ ତାଲିକାରୁ ପ୍ରତ୍ୟାହାର କରିବା, ବିଧାୟକ କ୍ଷମା ମାଗିବା, ରେଭେନ୍ସାରେ ଛାତ୍ରସଂସଦ ନିର୍ବାଚନ କରିବା, ରେଭେନ୍ସାର ଗଣତାନ୍ତ୍ରିକ ଏବଂ ଶୈକ୍ଷିକ ପରିବେଶ ରକ୍ଷା କରିବା, ଆଦର୍ଶ ଆଚରଣ ସଂହିତା ପ୍ରତ୍ୟାହାର କରିବା ଦାବିରେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏଆଇଡିଏସଓ ବିଶ୍ୱବିଦ୍ୟାଳୟ କମିଟି ପକ୍ଷରୁ ଉପସଭାପତି କସକ ଜେନା ଓ ସମ୍ପାଦକ ଗାୟତ୍ରୀ ସାହୁଙ୍କ ନେତୃତ୍ୱରେ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ସରକାର ଯଦି ଦାବିଗୁଡ଼ିକୁ ପୂରଣ କରିବା ଦିଗରେ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଦସ୍ତଖତ ସଂଗ୍ରହ ଅଭିଯାନ ଦୁର୍ବାର ଛାତ୍ର ଆନ୍ଦୋଳନ ରୂପ ନେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
