ଆଠଗଡ଼ରେ ସ୍ୱାଧୀନତା ଦିବସରେ ଜାତୀୟ ପତାକାକୁ ଅବମାନନା ଅଭିଯୋଗ
ଆଠଗଡ଼, ୧୫/୮: ଆଜି ସାରା ଦେଶରେ ୮୦ତମ ସ୍ୱାଧୀନତା ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳିତ ହେଉଥିବା ବେଳେ, ଆଠଗଡ଼ ସମସରପୁର ପଞ୍ଚାୟତରେ ଜାତୀୟ ପତାକାକୁ ନେଇ ଏକ ଅଭିଯୋଗ ସାମ୍ନାକୁ ଆସିଛି।/ଅଭିଯୋଗ ଅନୁସାରେ, ସମସରପୁର ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାଉତ ଦିନ ପ୍ରାୟ ୩ଟା ସମୟରେ ଜାତୀୟ ପତାକା ଖୋଲିଥିବା ଦେଖାଯାଇଛି। ସ୍ୱାଧୀନତା ଦିବସ ଭଳି ଜାତୀୟ ଗୁରୁତ୍ୱର ଦିନରେ ପତାକା ଉତ୍ତୋଳନ ଓ ଅବତରଣ ସମ୍ପର୍କିତ ନିୟମ ପାଳନ ହୋଇଥିଲା କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜାତୀୟ ପତାକାର ମର୍ଯ୍ୟାଦା ଓ ନିୟମ ପାଳନ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ସତ୍ୟାସତ୍ୟ ସ୍ପଷ୍ଟ କରାଯିବା ଆବଶ୍ୟକ ବୋଲି ଦାବି ହେଉଛି।
